କଟକ: ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ: କଟକ ବିଡ଼ାନାସୀ ବନ୍ଧଛକରୁ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୋଲିସ। ମୃତବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ରବି ଦଳେଇ ବୋଲି ଜଣାପଡ଼ିଛି। ରବି ସେହି ଅଞ୍ଚଳରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତ ଦୁଇଦିନ ତଳେ ସେ କେଉଁଆଡେ଼ ଚାଲିଯାଇଥିଲେ। ଆଜି ନିକଟସ୍ଥ ତାରିଣୀ ମନ୍ଦିରର ଏକ ଝୁମ୍ପୁଡ଼ି ଘରେ ତାଙ୍କର ମୃତଦେହ ଗାମୁଛାରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଡ଼ାନାସୀଥାନା […]

death

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 08:50 AM IST

କଟକ: କଟକ ବିଡ଼ାନାସୀ ବନ୍ଧଛକରୁ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହକୁ ଜବତ କରିଛି ପୋଲିସ। ମୃତବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ରବି ଦଳେଇ ବୋଲି ଜଣାପଡ଼ିଛି। ରବି ସେହି ଅଞ୍ଚଳରେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଗତ ଦୁଇଦିନ ତଳେ ସେ କେଉଁଆଡେ଼ ଚାଲିଯାଇଥିଲେ।

ଆଜି ନିକଟସ୍ଥ ତାରିଣୀ ମନ୍ଦିରର ଏକ ଝୁମ୍ପୁଡ଼ି ଘରେ ତାଙ୍କର ମୃତଦେହ ଗାମୁଛାରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିଡ଼ାନାସୀଥାନା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଚଳାଇଛି। ରବିଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story