କଟକ: ନାବାଳିକାର ଗଳାକାଟିବା ଘଟଣାରେ ୨ ଗିରଫ

କଟକ: କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଟୋଲାଗୋପିନାଥପୁରରେ  ନାବାଳିକାର ଗଳାକାଟି ଦେବା ଘଟଣାରେ ପୋଲିସ  ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସେହି ଗାଁର  ପବିତ୍ର  ସାହୁ ଓ ସୌମ୍ୟରଞ୍ଜନ ସାହୁ।  କିଛିଦିନ ପୂର୍ବରୁ ପବିତ୍ର ଜଣେ ବ୍ୟକ୍ତିଙ୍କର ଗଳାକାଟି ହତ୍ୟା  କରିଥିବା ଅଭିଯୋଗରେ ୧୦ ବର୍ଷ  ଜେଲ ଯାଇଥିଲେ। ଜେଲରୁ  ମୁକୁଳିବା ପରେ ପବିତ୍ର ଏକ ନାବାଳିକାକୁ ଏକତରଫା ପ୍ରେମ କରି ହଇରାଣ କରୁଥିଲା। ଗତ ଶନିବାର […]

giraf

giraf

Rakesh Mallick
  • Published: Monday, 04 July 2016
  • Updated: 04 July 2016, 01:36 PM IST

କଟକ: କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଟୋଲାଗୋପିନାଥପୁରରେ  ନାବାଳିକାର ଗଳାକାଟି ଦେବା ଘଟଣାରେ ପୋଲିସ  ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସେହି ଗାଁର  ପବିତ୍ର  ସାହୁ ଓ ସୌମ୍ୟରଞ୍ଜନ ସାହୁ।  କିଛିଦିନ ପୂର୍ବରୁ ପବିତ୍ର ଜଣେ ବ୍ୟକ୍ତିଙ୍କର ଗଳାକାଟି ହତ୍ୟା  କରିଥିବା ଅଭିଯୋଗରେ ୧୦ ବର୍ଷ  ଜେଲ ଯାଇଥିଲେ। ଜେଲରୁ  ମୁକୁଳିବା ପରେ ପବିତ୍ର ଏକ ନାବାଳିକାକୁ ଏକତରଫା ପ୍ରେମ କରି ହଇରାଣ କରୁଥିଲା। ଗତ ଶନିବାର ଦିନ ନାବାଳିକା ଜଣଙ୍କ ଘରେ ଶୋଇଥିବା ସମୟରେ ପବିତ୍ର ଓ ସୌମ୍ୟରଞ୍ଜନ ନାବାଳିକାର ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇ ଫେରାର୍  ହୋଇଯାଇଥିଲା। ନାବାଳିକା ଜଣଙ୍କ ବର୍ତ୍ତମାନ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos