ମାସେ ପରେ ଅପହୃତ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

କଟକ: ଭଦ୍ରକ ଜିଲ୍ଲା ଧାମରାରୁ ଅପହୃତ ହୋଇଥିବା ନାବାଳିକାକୁ ଜଗତପୁରର ନାନକାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ପରେ ସାମାଜିକ ସଂଗଠନ ଆୱାର୍ନେସ ଓଡ଼ିଶା ଏବଂ ଜିଲ୍ଲା ଲିଗାଲ ଏଡ଼ ସର୍ଭିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଥାନାରେ ଏତଲା ଦେଇଛନ୍ତି। ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଯାଇଥିବା  ଅଭିଯୋଗ ହୋଇଛି। ପ୍ରାୟ ଏକ ମାସ ଧରି ବିବାହର ପ୍ରଲୋଭନ ଦେଖାଇ ବାରମ୍ୱାର ଦୁଷ୍କର୍ମ କରିଥିବା ନେଇ କଟକ ଜଗତପୁର ଥାନାରେ ନାବାଳିକା […]

cuttack

cuttack

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 11:41 AM IST

କଟକ: ଭଦ୍ରକ ଜିଲ୍ଲା ଧାମରାରୁ ଅପହୃତ ହୋଇଥିବା ନାବାଳିକାକୁ ଜଗତପୁରର ନାନକାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ପରେ ସାମାଜିକ ସଂଗଠନ ଆୱାର୍ନେସ ଓଡ଼ିଶା ଏବଂ ଜିଲ୍ଲା ଲିଗାଲ ଏଡ଼ ସର୍ଭିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଥାନାରେ ଏତଲା ଦେଇଛନ୍ତି।

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଯାଇଥିବା  ଅଭିଯୋଗ ହୋଇଛି। ପ୍ରାୟ ଏକ ମାସ ଧରି ବିବାହର ପ୍ରଲୋଭନ ଦେଖାଇ ବାରମ୍ୱାର ଦୁଷ୍କର୍ମ କରିଥିବା ନେଇ କଟକ ଜଗତପୁର ଥାନାରେ ନାବାଳିକା ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ନାମ ଦିଲୁ ମାଝି (୨୦)। ଅ଼ପହରଣ କରିଥିବା ଯୁବକ ଫେରାର ହୋଇଯାଇଛି।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଦିଲୁ ଭଦ୍ରକ ଧାମରା ଅଞ୍ଚଳର ଏକ ମେଳାରେ ନାବାଳିକାଙ୍କୁ ଦେଖି ତାଙ୍କୁ ବିବାହ କରିବା ପ୍ରଲୋଭନ ଦେଖାଇବା ସହ ତାଙ୍କୁ ପାଠ ପଢ଼ାଇବା କଥା କହି ସେଠାରୁ ଆଣି ଆସିଥିଲେ। ପରେ ଜଗତପୁରର ନାନକାର ଅଞ୍ଚଳରେ ଏକ ଭଡ଼ା ଘରେ ରଖି ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିବା ନାବାଳିକା ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସମ୍ପର୍କ ରଖିବାକୁ ବିରୋଧ କରିବାରୁ  ଦିଲୁ ନାବାଳିକାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos