କଟକ: ନକଲି ସାର୍ଟିଫିକେଟ୍‌ରେ ନର୍ସିଂ ସ୍କୁଲରେ ନାମ ଲେଖାଇ ଛାତ୍ରୀ ଗିରଫ

କଟକ: ନକଲି ସାର୍ଟିଫିକେଟ୍‌ ଦେଇ ଏସ୍‌ସିବି ନର୍ସିଂ ସ୍କୁଲରେ ନାମ ଲେଖାଇଥିବା ଜଣେ ଛାତ୍ରୀଙ୍କୁ ଆଜି ପୋଲିସ ଗିରଫ କରିଛି। ଛାତ୍ରୀ ଜଣକ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ସାର୍ଟିଫିକେଟ୍‌ ଦେଇ ଏସ୍‌ସିବି ନର୍ସିଂ ସ୍କୁଲରେ ନାମ ଲେଖାଇଥିଲେ। ଉକ୍ତ ସାର୍ଟିଫିକେଟ୍‌ ସମ୍ପର୍କରେ ସ୍କୁଲ ପ୍ରିନ୍ସପାଲଙ୍କର ସନ୍ଦେହ ହେବାରୁ ସେ ମଙ୍ଗଳାବାଗ୍‌ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଛାତ୍ରୀର ସାର୍ଟିଫିକେଟ ଯାଞ୍ଚ ପାଇଁ ବୋର୍ଡ ଓ କାଉନସିଲ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥିଲା। ଗତକାଲି […]

narsing school

narsing school

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 10:25 PM IST

Sports

Latest News

କଟକ: ନକଲି ସାର୍ଟିଫିକେଟ୍‌ ଦେଇ ଏସ୍‌ସିବି ନର୍ସିଂ ସ୍କୁଲରେ ନାମ ଲେଖାଇଥିବା ଜଣେ ଛାତ୍ରୀଙ୍କୁ ଆଜି ପୋଲିସ ଗିରଫ କରିଛି।

ଛାତ୍ରୀ ଜଣକ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ସାର୍ଟିଫିକେଟ୍‌ ଦେଇ ଏସ୍‌ସିବି ନର୍ସିଂ ସ୍କୁଲରେ ନାମ ଲେଖାଇଥିଲେ। ଉକ୍ତ ସାର୍ଟିଫିକେଟ୍‌ ସମ୍ପର୍କରେ ସ୍କୁଲ ପ୍ରିନ୍ସପାଲଙ୍କର ସନ୍ଦେହ ହେବାରୁ ସେ ମଙ୍ଗଳାବାଗ୍‌ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଛାତ୍ରୀର ସାର୍ଟିଫିକେଟ ଯାଞ୍ଚ ପାଇଁ ବୋର୍ଡ ଓ କାଉନସିଲ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇଥିଲା। ଗତକାଲି ଏହାର ରିପୋର୍ଟ ଆସିଥିଲା, ଯେଉଥିରୁ ସାର୍ଟିଫିକେଟ୍‌ ନକଲି ଥିବା ଜଣାପଡିଥିଲା। ଏହାପରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଗିରଫ କରିଥିଲା।

ଛାତ୍ରୀ ଜଣଙ୍କ ଏହି ସାର୍ଟିଫିକେଟ୍‌ କେଉଁଠୁ ପାଇଲେ ତାହାର ତଦନ୍ତ କରାଯିବ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos