କଟକ: ପାରିବାରିକ କଳହକୁ ନେଇ ମହିଳାଙ୍କୁ ହତ୍ୟା କଲେ ଦିଅର ଓ ପୁତୁରା

କଟକ: ପାରିବାରିକ କଳହକୁ  ନେଇ ଜଣେ ମହିଳାଙ୍କୁ  ତାଙ୍କ ଦିଅର ଓ ପୁତୁରା ମିଶି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଲିକୁଦା କମାର ସାହିରେ।  ମୃତ ମହିଳା ହେଲେ ରୀନା ସାହୁ । ଗତ କିଛି ଦିନ ହେଲା  ରୀନା ସାହୁଙ୍କ ସହ ତାଙ୍କ ଦିଅରଙ୍କ ପରିବାର ଲୋକଙ୍କ ଜମିଜମା ବିବାଦକୁ  ନେଇ ତିକ୍ତତା ଲାଗି ରହିଥିଲା। ଗତକାଲି ରୀନାଙ୍କ ଦିଅର ଓ ପୁତୁରା ମିଶି ତାଙ୍କୁ ଆକ୍ରମଣ […]

cuttack murder

Rakesh Mallick
  • Published: Sunday, 06 March 2016
  • , Updated: 06 March 2016, 12:47 PM IST

କଟକ: ପାରିବାରିକ କଳହକୁ  ନେଇ ଜଣେ ମହିଳାଙ୍କୁ  ତାଙ୍କ ଦିଅର ଓ ପୁତୁରା ମିଶି  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଲିକୁଦା କମାର ସାହିରେ।  ମୃତ ମହିଳା ହେଲେ ରୀନା ସାହୁ । ଗତ କିଛି ଦିନ ହେଲା  ରୀନା ସାହୁଙ୍କ ସହ ତାଙ୍କ ଦିଅରଙ୍କ ପରିବାର ଲୋକଙ୍କ ଜମିଜମା ବିବାଦକୁ  ନେଇ ତିକ୍ତତା ଲାଗି ରହିଥିଲା।

ଗତକାଲି ରୀନାଙ୍କ ଦିଅର ଓ ପୁତୁରା ମିଶି ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ରୀନାଙ୍କ ହସ୍ପିଟାଲ ନେବା ବାଟରେ ତାଙ୍କର  ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ  ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ଦିଅରଙ୍କ ସମେତ ୪ ଜଣଙ୍କୁ ପୋଲିସ୍ ଅଟକ ରଖିଛି।

Related story