କଟକ: ରାଣୀହାଟ ଶଗଡିଆସାହି ହନୁମାନ ମନ୍ଦିରରୁ ଚୋରି ଅଭିଯୋଗ

କଟକ: ରାଣୀହାଟ ଶଗଡିଆସାହି ହନୁମାନ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ହନୁମାନଙ୍କର ୨ କିଲୋ ଓଜନର ରୁପା ମୁକୁଟ, ଗଦା ଓ କିଛି ଗହଣା ସମେତ ମନ୍ଦିରରେ ଥିବା ୨ଟି ପୂର୍ଣ୍ଣ ହୁଣ୍ଡି ମଧ୍ୟ ଚୋରି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଚୋରି ଯାଇଥିବା ଦୁଇଟି ହୁଣ୍ଡିରେ ପ୍ରାୟ ୨ଲକ୍ଷ ଟଙ୍କ। ରହିଥିବା କୁହାଯାଉଛି। ମଙ୍ଗଳାବାଗ ପୋଲିସ୍ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି।