ସାମ୍ବାଦିକ ପରିଚୟ ଦେଇ ଲୁଟୁଥିବା ୨ ଲୁଟେରା ଗିରଫ

କଟକ: ସାମ୍ବାଦିକ ପରିଚୟ ଦେଇ ଲୁଟୁଥିବା ୨ ଜଣ ଲୁଟେରାକୁ ବାଦାମବାଡି ପୋଲିସ୍‌ ଢେଙ୍କନାଳରୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି କାର୍‌, ୧୩ଟି ବାଇକ୍‌ ଓ ୨ଟି ଲାପଟପ୍‌ ଜବତ କରାଯାଇଛି। ସେମାନେ ଜାତୀୟ ଗଣମାଧ୍ୟମ୍ୟ ପ୍ରତିନିଧି କହି ଲୁଟୁଥିବା ଅଭିଯୋଗ ହୋଇଛି।