କଟକ:  ବେଲଭ୍ୟୁ ବାଲିଘାଟରେ ଚଢ଼ାଉ,୧୭ ଟ୍ରକ ଜବତ

କଟକ:  କଟକ ବେଲଭ୍ୟୁ ଠାରେ ବେଆଇନ୍ ଭାବେ ଚାଲିଥିବା ବାଲିଘାଟ ଉପରେ ଚଢ଼ଉ କରିଛି ପ୍ରଶାସନ। ଏହି ଚଢ଼ଉରେ ୧୭ଟି ଟ୍ରକ ଏବଂ ୨ଟି ଏକ୍ସକାଭେଟରକୁ ଜବତ କରାଯାଇଛି। ବାଲିଘାଟର ନିଲାମୀ ଅବଧି ମାର୍ଚ୍ଚରୁ ସରିଯାଇଥିବାବେଳେ ବାଲିମାଫିଆ ଏଠାରୁ ଦୈନିକ ଶହଶହ ଟ୍ରକ ବାଲି ବେଆଇନ ଭାବେ ନେଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଖବର ପାଇ କଟକ ସଦର ତହସିଲଦାର ପୋଲିସ ଫୋର୍ସ ସହ ବାଲିଘାଟରେ ଚଢ଼ଉ କରିଥିଲେ।