ଆୟ ବହିର୍ଭୂତ ସଂପତ୍ତି ମାମଲା: ଗ୍ରୀଡକୋର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର: ୨୦ ବର୍ଷ ତଳର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଏଥିରେ ଅଭିଯୁକ୍ତ ଗ୍ରୀଡକୋର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ନୃସିଂହ ଚରଣ ନାୟକଙ୍କୁ ୨ ବର୍ଷ ସଶ୍ରମ କାରାଦାଣ୍ଡାଦେଶ ହୋଇଛି। କୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୬ […]

nrusiha nayak arrest

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 02:18 PM IST

ଭୁବନେଶ୍ୱର: ୨୦ ବର୍ଷ ତଳର ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି। ଏଥିରେ ଅଭିଯୁକ୍ତ ଗ୍ରୀଡକୋର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ନୃସିଂହ ଚରଣ ନାୟକଙ୍କୁ ୨ ବର୍ଷ ସଶ୍ରମ କାରାଦାଣ୍ଡାଦେଶ ହୋଇଛି। କୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି କାରାଦଣ୍ଡ ସହ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧୯୯୬ ଜୁନ ୨୫ ତାରିଖରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ନୃସିଂହଙ୍କ ଘର ସହ କଟକ ଓ ଭୁବନେଶ୍ୱର ଅଫିସରେ ଚଢାଉ କରାଯାଇଥିଲା। ସେତେବେଳେ ତାଙ୍କଠାରୁ ୬ଲକ୍ଷ ୧୫ହଜାର ୯୧୬ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରାଯାଇଥିଲା।

Related story