କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରିଛି ମହିଳା ପୋଲିସ୍। ସେସିଏମସିର ୭ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଭାବେ କର୍ପୋରେଟର ହୋଇଥିଲେ। ଡି-ବ୍ରଦର୍ସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ରଞ୍ଜିତା ଉପସ୍ଥିତ ଥିବାର ଫଟୋକୁ ଆଧାର କରି ପୋଲିସ ତାଙ୍କୁ ଜେରା କରିଥିବା ଜଣାପଡ଼ିଛି। ଜେରା ସମୟରେ ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କର ଲିଙ୍କ୍ ସମ୍ପର୍କରେ ପୋଲିସ୍ କିଛି ସୁରାକ୍ ପାଇଥିବା ସୂଚନା ମିଳିଛି।
ମହିଳା ଥାନାରେ ମାରାଥନ ଜେରା ହେବା ପରେ ରଞ୍ଜିତା କହିଛନ୍ତି ଯେ ସେ କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦିକା ଥିଲେ। ସେହି ସୁତ୍ରରୁ ଧଳସାମନ୍ତ ଭ୍ରାତାଙ୍କ ସହିତ ସଂପର୍କ ଥିଲା। ବିଭିନ୍ନ ସାମାଜିକ କାମରେ ସେମାନଙ୍କ ସହିତ ଦେଖା ହେଉଥିଲା। ତଦନ୍ତରେ ସେ ପୋଲିସ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା
ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Crime
NEET ଆଶାୟୀଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ କରୁଥିଲେ କୋଚିଂ ସେଣ୍ଟରର ଦୁଇ ଶିକ୍ଷକ
ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।
Crime
ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର
ରେମୁଣା ଏନ୍ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ।