କଟକ: ଡି’ ବ୍ରଦର୍ସଙ୍କ ସହଯୋଗୀ ତଥା କୁଖ୍ୟାତ ଅପରାଧୀ ଭୁଆଁର ବାଦାମବାଡି ବସଷ୍ଟାଣ୍ଡରୁ ଦାଦାବଟି ଆଦାୟ ଘଟଣାକୁ ନେଇ କମିଶନରେଟ ପୋଲିସ ତା’ର ତଦନ୍ତକୁ ଜୋରଦାର କରିଛି। ଏହି କ୍ରମରେ କଟକ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ତଥା ସିଏମସିର ଡେପୁଟି ମେୟର ଅଜୟ ବାରିକଙ୍କୁ ପଚରାଉଚରା କରିଛି। ପଚରାଉଚରା ବେଳେ କିଭଳି ଓ କେତେ ପରିମାଣରେ ଦାଦାବଟି ବସଗୁଡିକରୁ ଭୁଆଁ ଆଦାୟ କରୁଥିଲା ସେ ନେଇ ଅଜୟଙ୍କ ପାଖରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ ହାସଲ କରିଛି।
ପଚରାଉଚରା ସମ୍ପର୍କରେ ଅଜୟ କହିଛନ୍ତି, “ପୋଲିସ ମାଗିଥିବା ସମସ୍ତ ତଥ୍ୟ ମୁଁ ପ୍ରଦାନ କରିଛି।” କଟକ ଘରୋଇ ବସ ମାଲିକ ସଂଘ ଅଧୀନରେ ୨୩୦ଟି ବସ୍ ସହ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବାଦାମବାଡିକୁ ଆସୁଥିବା ପ୍ରାୟ ୭ ହଜାର ବସରୁ ଭୁଆଁ ବଟି ଆଦାୟ କରୁଥିଲା। ବସ୍ରୁ ଭୁଆଁ ଦାଦାବଟି ଆଦାୟ ନେଇ ଗତକାଲି ଭୁବନେଶ୍ୱରର ଦୁଇଟି ବସ୍ ମାଲିକ ସଂଘ ବାଦାମବାଡି ଥାନାରେ ମାମଲା ଦାୟର କରିବା ପରେ କଟକ ସଂଘ ମଧ୍ୟ ଅନୁରୂପ ମମାଲା ଦାୟର କରିବ ବୋଲି ଜଣାପଡିଛି। ଡି’ ଲିଙ୍କ୍ ଅଭିଯୋଗରେ ଗିରଫ ହେବା ପରଠାରୁ ଭୁଆଁ ନାଁରେ ୪ଟି ମାମଲା ରୁଜୁ ହୋଇସାରଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Crime
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍ଏଫ୍ ଯବାନ
ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Crime
ସାମ୍ୱାଦିକଙ୍କୁ ମାଡ଼ ମାରି ଜେଲ୍ ଗଲେ ମାତାଲ ଏସ୍ଡିଓ ଓ ଯନ୍ତ୍ରୀ
ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।