ଡାଲି ଦୁର୍ନୀତି ଘଟଣା: ୭ରେ କୋର୍ଟରେ ହାଜରେ ହେବେ ଦେବଗଡ଼ର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୧୨ ଅଧିକାରୀ

ଭୁବନେଶ୍ୱର: ଦେବଗଡ଼ର ପୂର୍ବତନ ଜିଲ୍ଲାପାଳ ଅମ୍ୱିକା ପ୍ରସାଦ ମିଶ୍ରଙ୍କ ସହ ମଧ୍ୟାହ୍ନ ଭୋଜନ ଡାଲି କିଣା ଦୁର୍ନୀତିରେ ଚାର୍ଜସିଟ୍ କରାଯାଇଥିବା ୧୨ ସରକାରୀ ଅଧିକାରୀ ଆସନ୍ତା ୭ ତାରିଖରେ କୋର୍ଟରେ ହାଜରେ ହେବେ। ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତିର ଭିଜିଲାନ୍ସ ତଦନ୍ତର ଅଗ୍ରଗତି ନେଇ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଊଷାଦେବୀ। ଡାଲି କିଣିବାରେ ଏକ ନିର୍ଦ୍ଦିଷ୍ଟ ଫ।ର୍ମକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି ସରକାରୀ ଅଧିକାରୀମାନେ ସରକାରଙ୍କ ୩୪ ଲକ୍ଷ […]

dal

dal

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 04:46 PM IST

Sports

Latest News

ଭୁବନେଶ୍ୱର: ଦେବଗଡ଼ର ପୂର୍ବତନ ଜିଲ୍ଲାପାଳ ଅମ୍ୱିକା ପ୍ରସାଦ ମିଶ୍ରଙ୍କ ସହ ମଧ୍ୟାହ୍ନ ଭୋଜନ ଡାଲି କିଣା ଦୁର୍ନୀତିରେ ଚାର୍ଜସିଟ୍ କରାଯାଇଥିବା ୧୨ ସରକାରୀ ଅଧିକାରୀ ଆସନ୍ତା ୭ ତାରିଖରେ କୋର୍ଟରେ ହାଜରେ ହେବେ। ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତିର ଭିଜିଲାନ୍ସ ତଦନ୍ତର ଅଗ୍ରଗତି ନେଇ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଊଷାଦେବୀ। ଡାଲି କିଣିବାରେ ଏକ ନିର୍ଦ୍ଦିଷ୍ଟ ଫ।ର୍ମକୁ ଅନୁଚିତ ଅନୁଗ୍ରହ ଦେଖାଇ ଏହି ସରକାରୀ ଅଧିକାରୀମାନେ ସରକାରଙ୍କ ୩୪ ଲକ୍ଷ ୨୪ ହଜାର ୨୩ ଟଙ୍କା କ୍ଷତି କରିଥିଲେ। ସେହିପରି ସମ୍ୱଲପୁରରେ ଜିଲ୍ଲାରେ ହୋଇଥିବା ଦୁର୍ନୀତି ନେଇ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାସଙ୍କ ସହ ୩ ଜଣଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଠାରେ ସମାନ ଅଭିଯୋଗରେ ସରକାରଙ୍କ ୪୪ ଲକ୍ଷ ୨୫ ହଜାର ୧୬୩ ଟଙ୍କା କ୍ଷତି ହୋଇଛି। ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଦୁର୍ନୀତି ନେଇ ୨ଟି ମାମଲାରେ ମୋଟ ୧୩ ଜଣଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି।  ବଜାରରେ ଡାଲି କିଲୋ ୫୫ ଟଙ୍କ। ଥିବା ବେଳେ କମ୍ପିଟିଟେଟିଭ ବିଡିଂ ନକରି କିଲୋ ପିଛା ୭୫ ଟଙ୍କ। ଡାଲି କିଣାଯାଇଛି। ପ୍ରଥମ ମାମଲାରେ ୬କୋଟି ୨୬ ଲକ୍ଷ ୨୦ ହଜାର ଓ ଦ୍ୱିତୀୟ ମାମଲାରେ ୬ କୋଟି ୬୭ ଲକ୍ଷ ୩୪ ହଜାର ୭୫୨ ଟଙ୍କ। କ୍ଷତି ହୋଇଥିବା ଲିଖିତି ଉତ୍ତରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos