ଧର୍ମଗଡ଼: ସାନଭାଇ ମାଡ଼ରେ ବଡ଼ଭାଇ ମୃତ୍ୟୁ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟିରେ  ସାନ ଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଯଶୋବନ୍ତ ଦଳପତି(୩୦)।  ଶନିବାର ରାତିରେ ସାନଭାଇ ସୁରେଶ ଓ ଯଶୋବନ୍ତ  ମଧ୍ୟରେ  କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ଏକ ଖଟ ଖୁରାରେ ମୃତକ  ଯଶୋବନ୍ତଙ୍କୁ ବାଡେଇଥିଲା। ମୃତକ ଯଶୋବନ୍ତଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା […]

d...

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 09:57 AM IST

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟିରେ  ସାନ ଭାଇ ମାଡ଼ରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଯଶୋବନ୍ତ ଦଳପତି(୩୦)।  ଶନିବାର ରାତିରେ ସାନଭାଇ ସୁରେଶ ଓ ଯଶୋବନ୍ତ  ମଧ୍ୟରେ  କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ଏକ ଖଟ ଖୁରାରେ ମୃତକ  ଯଶୋବନ୍ତଙ୍କୁ ବାଡେଇଥିଲା। ମୃତକ ଯଶୋବନ୍ତଙ୍କୁ ଗୁରୁତର ଅବସ୍ଥାରେ କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଜୟପାଟଣା ଥାନା ଅଧିକାରୀ ସମୀର ରାଉତ ଅଭିଯୁକ୍ତକୁ ଗିରଫ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Related story