ବାରରେ ଚାଲିଛି ବେଆଇନ ଧନ୍ଦା !

ବାରରେ ନାବାଳିକାଙ୍କୁ କାମ କରାଇବାକୁ ନେଇ ରାଜଧାନୀରେ ଅବକାରୀ ବିଭାଗର ଘନ ଘନ ଚଢ଼ାଉ । ଦୁଇଟି ସ୍ପେଶାଲ ଟିମ ଗଠନ କରି ରାଜଧାନୀର ୮ଟି ଡ୍ୟାନ୍ସ ବାର ଉପରେ ଗୋଟିଏ ରାତିରେ ଅତର୍କିତ ରେଡ୍ ।

Manoj Swain
  • Published: Monday, 14 August 2023
  • Updated: 14 August 2023, 07:27 PM IST

Sports

Latest News

ବାରରେ ନାବାଳିକାଙ୍କୁ କାମ କରାଇବାକୁ ନେଇ ରାଜଧାନୀରେ ଅବକାରୀ ବିଭାଗର ଘନ ଘନ ଚଢ଼ାଉ । ଦୁଇଟି ସ୍ପେଶାଲ ଟିମ ଗଠନ କରି ରାଜଧାନୀର ୮ଟି ଡ୍ୟାନ୍ସ ବାର ଉପରେ ଗୋଟିଏ ରାତିରେ ଅତର୍କିତ ରେଡ୍ । ବାରଗୁଡ଼ିକ ଯେ, ବେଆଇନ କାମରେ ନିୟୋଜିତ ଥିଲେ ଚଢ଼ଉ ବେଳେ ସ୍ପଷ୍ଟ ଭାବେ ଜଣାପଡ଼ିଛି। ଏପରିକି ଜଣେ ଯୁବତୀଙ୍କ ନାଁରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାର ପ୍ରମାଣ ପାଇଛି ଅବକାରୀ ବିଭାଗ। ରାଜଧାନୀର ୧୮ଟି ଡ୍ୟାନ୍ସ ବାରର ସମସ୍ତ ତଥ୍ୟ ଯାଞ୍ଚ ପାଇଁ ବିଭାଗ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ । କଟକ ରୋଡରେ ଥିବା ସମସ୍ତ ବାର ଉପରେ ଚଢାଉ ହୋଇଥିବାବେଳେ ଏବେ ଅନ୍ୟ ବାରଗୁଡ଼ିକୁ ଟାର୍ଗେଟରେ ରଖାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos