ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା: ଦେବଗଡ଼ ନଗର କଂଗ୍ରେସ ସଭାପତି ସମେତ ୬ ଗିରଫ

ଦେବଗଡ଼: ଦେବଗଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ବୁଧବାର ଦେବଗଡ଼ ନଗର କଂଗ୍ରେସ ସଭାପତି ସୁବାସ ଭୋଇ ଗିରଫ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୬ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ କାଉନସିଲର ଧର୍ମେନ୍ଦ୍ର ଦେବତା ଅଛନ୍ତି। ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱଲପୁର ଗସ୍ତ ସାରି ଦେବଗଡ଼ ଆସୁଥିବା ବେଳେ କୁରଡି ନିକଟରେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ […]

debagada

Rakesh Mallick
  • Published: Wednesday, 06 January 2016
  • , Updated: 06 January 2016, 08:15 AM IST

ଦେବଗଡ଼: ଦେବଗଡ଼ରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ବୁଧବାର ଦେବଗଡ଼ ନଗର କଂଗ୍ରେସ ସଭାପତି ସୁବାସ ଭୋଇ ଗିରଫ ହୋଇଛନ୍ତି। ତାଙ୍କ ସହ ଅନ୍ୟ ୬ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ କାଉନସିଲର ଧର୍ମେନ୍ଦ୍ର ଦେବତା ଅଛନ୍ତି।
ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ୱଲପୁର ଗସ୍ତ ସାରି ଦେବଗଡ଼ ଆସୁଥିବା ବେଳେ କୁରଡି ନିକଟରେ କଂଗ୍ରେସ କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଉପରେ ଦୁଇଥର ଅଣ୍ଡାମାଡ଼ ହୋଇଥିଲା।

Related story