ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଶିକ୍ଷକ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ଲଇମୁରା ଫାଣ୍ଡି ଅନ୍ତର୍ଗତ ଝରାଗୋଗୁଆ ପୀତବାସ ହାଇସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହୋଇଛନ୍ତି। ତାଙ୍କ ନାଁ ଦିଲ୍ଲୀପ କୁମାର ନାୟକ। ଛାତ୍ରୀ ଜଣଙ୍କ କରିଥିବା ଅଭିଯୋଗ ଅନୁଯାୟୀ ଜୁଲାଇ ୨୭ ତାରିଖରେ ଦିଲ୍ଲୀପ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏପରିକି ତାଙ୍କୁ ଅସଦାଚରଣ କରିଥିଲେ। ତା’ପୂର୍ବରୁ ବି କ୍ରୀଡ଼ା ଶିକ୍ଷକ ତାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ। ସେ ଏନେଇ ସ୍କୁଲ୍‌ର […]

school

school

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 12:27 PM IST

Sports

Latest News

ଦେବଗଡ଼: ଦେବଗଡ଼ ଜିଲ୍ଲା ଲଇମୁରା ଫାଣ୍ଡି ଅନ୍ତର୍ଗତ ଝରାଗୋଗୁଆ ପୀତବାସ ହାଇସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହୋଇଛନ୍ତି। ତାଙ୍କ ନାଁ ଦିଲ୍ଲୀପ କୁମାର ନାୟକ।

ଛାତ୍ରୀ ଜଣଙ୍କ କରିଥିବା ଅଭିଯୋଗ ଅନୁଯାୟୀ ଜୁଲାଇ ୨୭ ତାରିଖରେ ଦିଲ୍ଲୀପ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏପରିକି ତାଙ୍କୁ ଅସଦାଚରଣ କରିଥିଲେ। ତା’ପୂର୍ବରୁ ବି କ୍ରୀଡ଼ା ଶିକ୍ଷକ ତାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ। ସେ ଏନେଇ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା।

ଘଟଣା ସମ୍ପର୍କରେ ଦେବଗଡ଼ ଥାନାରେ ଅଗଷ୍ଟ ୧୦ ତାରିଖରେ ଅଭିଯୋଗ ହୋଇଥିଲା। ତଦନ୍ତ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦେବଗଡ଼ ପୋଲିସ୍‌ ଗିରଫ କରିଛି। ଦେବଗଡ଼ ଥାନାରେ ଆଇପିସିର ଧାରା ୫୦୯, ୩୫୪(କ), ୩୫୪(ଘ), ୫୦୬ ଓ ପୋକ୍ସୋ ଆଇନର ଧାରା ୧୨ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଶିକ୍ଷକ। ରାଜନୈତିକ ଶତ୍ରୁତାକୁ ନେଇ ଏହା ତାଙ୍କ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos