ଢେଙ୍କାନାଳ: ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳା ରାସୋଳ ବଜାରରେ ଥିବା ମାଆ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୧୦ ହଜାର ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଦୋକାନ ଭିତରେ ପଶି କଳାକନା ବୁଲାଇ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଲୁଟ୍ କରିବାକୁ ତିନୋଟି ଗ୍ୟାଙ୍ଗରେ ଦୁର୍ବୃତ୍ତମାନେ ଆସିଥିବା ପୋଲିସ ସନ୍ଦେହ କରୁଛି। ଗତକାଲି ରାତିରେ ବଜାରରେ ତିନିଟି ସ୍ଥାନରେ ଲୁଟ୍ ଉଦ୍ୟମ ହୋଇଥିଲା ଓ ଗୋଟିଏରେ ଦୁର୍ବୃତ୍ତମାନେ ସଫଳ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।