ଢେଙ୍କାନାଳ: ଯୁବକଙ୍କ ଗଳାକଟା ଶବ ଜବତ, ବାପା ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ନାଟିମା ବଜାରର କେଳାସାହିରେ ଆଜି ଜଣେ ଯୁବକଙ୍କ ଗଳାକଟା ମୃତଦେହକୁ ଜବତ କରିଛି ପୋଲିସ୍। ତାଙ୍କ ନାଁ ଶିବ ସିଂ (୨୩)। ପୋଲିସ୍ ସନ୍ଦେହରେ ତାଙ୍କ ବାପାଙ୍କୁ ଅଟକ ରଖିଛି। ତାଙ୍କ ନାଁ ପ୍ରମୋଦ ସିଂହ। ସେ ମାଂସ ବ୍ୟବସାୟ କରନ୍ତି। ଆଜି ସକାଳୁ ତାଙ୍କ ସାନ ପୁଅ ଶିବ ସିଂହଙ୍କ ଗଳାକଟା ଶବ ଦେଖିବାକୁ ପାଇଥିଲେ ତାଙ୍କରି ଘରଲୋକ। ମୃତଦେହ ପାଖରେ ଏକ ମାଂସ କଟା […]

dhenkanalmurder

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 10:14 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ନାଟିମା ବଜାରର କେଳାସାହିରେ ଆଜି ଜଣେ ଯୁବକଙ୍କ ଗଳାକଟା ମୃତଦେହକୁ ଜବତ କରିଛି ପୋଲିସ୍। ତାଙ୍କ ନାଁ ଶିବ ସିଂ (୨୩)। ପୋଲିସ୍ ସନ୍ଦେହରେ ତାଙ୍କ ବାପାଙ୍କୁ ଅଟକ ରଖିଛି। ତାଙ୍କ ନାଁ ପ୍ରମୋଦ ସିଂହ। ସେ ମାଂସ ବ୍ୟବସାୟ କରନ୍ତି। ଆଜି ସକାଳୁ ତାଙ୍କ ସାନ ପୁଅ ଶିବ ସିଂହଙ୍କ ଗଳାକଟା ଶବ ଦେଖିବାକୁ ପାଇଥିଲେ ତାଙ୍କରି ଘରଲୋକ। ମୃତଦେହ ପାଖରେ ଏକ ମାଂସ କଟା ଚପର୍ ପଡ଼ିଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

Related story