ଫକୀର ମୋହନ କଲେଜ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ଫକୀର ମୋହନ କଲେଜ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନାଁ ସୁବାଶିଷ ଦାସ। ଗୁରୁବାର କମର୍ସ ବ୍ଲକ୍ ସାମ୍ନାରେ କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ସେହ୍ନାଶିଷ ଜେନାଙ୍କୁ ପ୍ରଥମ ବର୍ଷ ଛାତ୍ର ସୁବାଶିଷ ଦାସ ଭୁଜାଲିରେ ଆକ୍ରମଣ କରିଥିଲେ। ସେହ୍ନାଶିଷଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। କଲେଜର ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ  ଗଣ୍ଡଗୋଳ […]

balaswer

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 08:15 AM IST

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ଫକୀର ମୋହନ କଲେଜ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନାଁ ସୁବାଶିଷ ଦାସ।

ଗୁରୁବାର କମର୍ସ ବ୍ଲକ୍ ସାମ୍ନାରେ କଲେଜର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ସେହ୍ନାଶିଷ ଜେନାଙ୍କୁ ପ୍ରଥମ ବର୍ଷ ଛାତ୍ର ସୁବାଶିଷ ଦାସ ଭୁଜାଲିରେ ଆକ୍ରମଣ କରିଥିଲେ। ସେହ୍ନାଶିଷଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା।

କଲେଜର ବାର୍ଷିକ ଉତ୍ସବକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ  ଗଣ୍ଡଗୋଳ ହୋଇଥିଲା।  କଲେଜ ପରିସରରେ ମଧ୍ୟରେ ଏହି ଘଟଣାର ସମାଧାନ କରାଯାଇଥିଲା। ଏହି ଘଟଣାକୁ ନେଇ ସେହ୍ନାଶିଷ କମର୍ସ  ବ୍ଲକରୁ ବାହାରୁ ଥିବା ବେଳେ ସୁବାଶିଷ ଦାସ ୫ ଜଣ ଛାତ୍ରଙ୍କ ସହ ଆସି ଆକ୍ରମଣ କରିଥିଲେ।

Related story