ଟଙ୍କା ଚୋରି ଅଭିଯୋଗରେ ଛାତ୍ରୀଙ୍କୁ ମାଡ଼: କଟକ ରେଲୱେ ଓଡ଼ିଆ ପ୍ରାଥମିକ ସ୍କୁଲର ଦୁଇ ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା

କଟକ: କଟକ ରେଲୱେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ନେଇ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି।  ମାଲଗୋଦାମ ବେହେରା ସାହିର ୫ମ ଶ୍ରେଣୀର ଛାତ୍ରୀ ରଂଜିତା ପରିଡ଼ାଙ୍କୁ ଦୁଇ ଜଣ ଶିକ୍ଷୟିତ୍ରୀ ଟଙ୍କା ଚୋରି ଅଭିଯୋଗରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ସ୍କୁଲର ଶିକ୍ଷୟତ୍ରୀ ସଂଗୀତା ଦାସଙ୍କ ବ୍ୟାଗରୁ ୧୦୦ ଟଙ୍କ। ଚୋରି ହୋଇଯାଇଥିଲା। ରଂଜିତା ଏହି ଟଙ୍କ। ଚୋରି କରି ଥିବା ଅନ୍ୟ ସହପାଠୀମାନେ […]

ctc

Rakesh Mallick
  • Published: Thursday, 04 February 2016
  • , Updated: 05 February 2016, 03:59 AM IST

କଟକ: କଟକ ରେଲୱେ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ନେଇ ମାଲଗୋଦାମ ଥାନାରେ ମାମଲା ରୁଜୁ ହୋଇଛି।  ମାଲଗୋଦାମ ବେହେରା ସାହିର ୫ମ ଶ୍ରେଣୀର ଛାତ୍ରୀ ରଂଜିତା ପରିଡ଼ାଙ୍କୁ ଦୁଇ ଜଣ ଶିକ୍ଷୟିତ୍ରୀ ଟଙ୍କା ଚୋରି ଅଭିଯୋଗରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଗତକାଲି ସ୍କୁଲର ଶିକ୍ଷୟତ୍ରୀ ସଂଗୀତା ଦାସଙ୍କ ବ୍ୟାଗରୁ ୧୦୦ ଟଙ୍କ। ଚୋରି ହୋଇଯାଇଥିଲା। ରଂଜିତା ଏହି ଟଙ୍କ। ଚୋରି କରି ଥିବା ଅନ୍ୟ ସହପାଠୀମାନେ କହିବାରୁ ସଂପୃକ୍ତ ଶିକ୍ଷୟିତ୍ରୀ ଓ ଅନ୍ୟ ଦୁଇ ଶିକ୍ଷୟିତ୍ରୀ ମିଶି ରଂଜିତାକୁ ମାଡ଼ ମାରିଥିଲେ। ରଂଜିତା ଘରେ ଏକଥା କହିବାରୁ ପରିବାର ଲୋକେ ତାକୁ ମେଡ଼ିକାଲରେ ଚିକିତ୍ସା କରାଇଥିଲେ।

ଆଜି ପରିବାର ଲୋକେ ବିଦ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ। ଏହା ପରେ ଖବର ପାଇ ଚାଇଲ୍ଡ ଲାଇନର କର୍ମକର୍ତ୍ତାମାନେ ବେହେରା ସାହି ଯାଇ ପରିବାର ଲୋକଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ।  ଏହା ପରେ ଚାଇଲ୍ଡଲାଇନ ସାହାଯ୍ୟରେ ମାଲଗୋଦାମ ଥାନାରେ ଦୁଇଜଣ ଶିକ୍ଷୟତ୍ରୀଙ୍କ ନାଁରେ ଏତଲା ଦିଆଯାଇଥିଲା। ମାଡ଼ ମାରିବା ଘଟଣାକୁ ସଂପୃକ୍ତ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି।

ପୀଡ଼ିତା ଛାତ୍ରୀ କହିଛନ୍ତି ଯେ ସେ ମାଡ଼ ଭୟରେ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଚୋରି କରିଥିବା କଥା ମାନି ଯାଇଥିଲେ।

ଚାଇଲ୍ଡ ଲାଇନ୍ ସଂଯୋଜକ ନାରାୟଶ ଶୁକ୍ଳ କହିଛନ୍ତି ଯେ ମାଡ଼ ମାରିଥିବା ଅଭିଯୋଗକୁ ଶିକ୍ଷୟିତ୍ରୀ ଜଣଙ୍କ ସ୍ୱୀକାର କରିଛନ୍ତି। ତେବେ ଝିଅଟି ପଇସା ଚୋରି କରିଥିବାରୁ ସେ ମାଡ଼ ମାରିଥିଲେ ବୋଲି କହିଛନ୍ତି। ପୀଡ଼ିତା ଛାତ୍ରୀ କହିଛି ତାକୁ ତିନି  ଜଣ ଶିକ୍ଷୟିତ୍ରୀ ଝାଡ଼ୁ, ବାଡ଼ି ଓ ସ୍କେଲରେ ମାଡ଼ ମାରିଥିଲେ।

ଶିକ୍ଷୟିତ୍ରୀ ସଂଗୀତା ଦାସ କହିଛନ୍ତି ଯେ ସ୍କେଲରେ ମାତ୍ର ଦୁଇ ପ୍ରହାର ଦିଆଯାଇଛି। ପିଲାଟି ନାଁରେ ବାରମ୍ବାର ଚୋରି ଅଭିଯୋଗ ଆସିଥିଲା। ତେଣୁ ତାକୁ ଶିକ୍ଷା ଦେବା ପାଇଁ ଦୁଇ ପାହାର ଦେଇଥିଲେ।

Related story