କଟକ: ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଚାଲିଗଲା ସ୍ୱାମୀ। ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି କଟକ ତିନିକୋଣିଆ ବଗିଚାର ଜଣେ ମହିଳା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ କଟକ ଜିଲ୍ଲା ମାହାଙ୍ଗାର ଅଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। ବାହାଘର ପରେ ଉଭୟ ତିନିକୋଣିଆ ବଗିଚାର ଏକ ଭଡ଼ା ଘରେ ରହୁଥିଲେ। ବିବାହ ପରେ ସ୍ୱାମୀ କଥାରେ ସେ ତିନି ଥର ଗର୍ଭ ନଷ୍ଟ କରିଥିବା ପୀଡିତା କହିଛନ୍ତି। ଚତୁର୍ଥ ଥର ଗର୍ଭ ନଷ୍ଟ ପାଇଁ ସେ ରାଜି ନ ହେବାରୁ ସ୍ୱାମୀ ଓ ତାଙ୍କ ସମ୍ପର୍କୀୟ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି।
ଅଭିଯୋଗକାରିଣୀ କହିଛନ୍ତି,“ଗତ ସେପ୍ଟେମ୍ୱର ୨୫ରେ ମନ୍ଦିରରେ ବାହାଘର ହେବା ପରେ ଜାନୁଆରୀ ୮ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲୁ। ଖୁଡ଼ି ଶାଶୂ, ପିଉସୀ ଶାଶୂ ଓ ସ୍ୱାମୀ ମିଶି ଜୋର୍ଜବରଦସ୍ତ ମୋ’ ଗର୍ଭ ନଷ୍ଟ କରିଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।