ଆମେରିକାର କାଲିଫର୍ଣ୍ଣିଆରୁ ହ୍ୟାକ୍ ହୋଇଛି ଗଞ୍ଜାମ ଆରଟିଓ ୱେବସାଇଟ୍

ବ୍ରାହ୍ମପୁର: ଗଞ୍ଜାମ ଆରଟିଓ ୱେବସାଇଟ ଆମେରିକାର କାଲିଫର୍ଣ୍ଣିଆରୁ ହ୍ୟାକ୍ ହୋଇଥିଲା। ପୋଲିସ୍ ଡିଜି କନୱର ବ୍ରଜେଶ୍ ସିଂ ଆଜି ଏହି ସୂଚନା ଦେଇଛନ୍ତି। ହ୍ୟାକ୍ କରାଯାଇଥିବା ସର୍ଭରକୁ ଠାବ କରାଯାଇଥିଲେ ହେଁ, ହ୍ୟାକର୍ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି, ତାହା ଜାଣିବା ଲାଗି ଇଣ୍ଟରପୋଲର ସହାୟତା ନିଆଯିବ। ତେବେ ପାକିସ୍ତାନ ସାଇବର୍ କ୍ରିୟୁ ସାଇଟକୁ ହ୍ୟାକ୍ କରିଥିବା ନେଇ ମ୍ୟାସେଜ୍ ଆସିଥିଲେ ମଧ୍ୟ ଏ ସମ୍ପର୍କରେ ଡିଜିପି କିଛି ସ୍ପଷ୍ଟ କରିନାହାନ୍ତି। ହ୍ୟାକରକୁ ଧରିବା […]

hacked2

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 03:46 PM IST

ବ୍ରାହ୍ମପୁର: ଗଞ୍ଜାମ ଆରଟିଓ ୱେବସାଇଟ ଆମେରିକାର କାଲିଫର୍ଣ୍ଣିଆରୁ ହ୍ୟାକ୍ ହୋଇଥିଲା। ପୋଲିସ୍ ଡିଜି କନୱର ବ୍ରଜେଶ୍ ସିଂ ଆଜି ଏହି ସୂଚନା ଦେଇଛନ୍ତି। ହ୍ୟାକ୍ କରାଯାଇଥିବା ସର୍ଭରକୁ ଠାବ କରାଯାଇଥିଲେ ହେଁ, ହ୍ୟାକର୍ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି, ତାହା ଜାଣିବା ଲାଗି ଇଣ୍ଟରପୋଲର ସହାୟତା ନିଆଯିବ। ତେବେ ପାକିସ୍ତାନ ସାଇବର୍ କ୍ରିୟୁ ସାଇଟକୁ ହ୍ୟାକ୍ କରିଥିବା ନେଇ ମ୍ୟାସେଜ୍ ଆସିଥିଲେ ମଧ୍ୟ ଏ ସମ୍ପର୍କରେ ଡିଜିପି କିଛି ସ୍ପଷ୍ଟ କରିନାହାନ୍ତି। ହ୍ୟାକରକୁ ଧରିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଗଞ୍ଜାମ ପରିବହନ ନିଗମ ୱେବସାଇଟ ଆରଟିଓ ଗଞ୍ଜାମ ଡଟ୍ କମକଚ ହ୍ୟାକ୍ କରାଯାଇଥିବା ଗତ ୩ ତାରିଖରେ ଜଣାପଡ଼ିଥିଲା।

Related story