ଗୁଣି ସନ୍ଦେହରେ ୩ ଜଣଙ୍କୁ ହତ୍ୟା; ଆଜି ଘଟଣାସ୍ଥଳକୁ ଯିବ ସାଇଣ୍ଟିଫିକ୍‌ ଟିମ୍‌

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ କିଟିଙ୍ଗି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଅଶିଣ ଶବର, ତାଙ୍କ ସ୍ତ୍ରୀ ଓ ଝିଅ। ଆଜି ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। ଗତ ୯ ତାରିଖରେ ସେମାନଙ୍କୁ ହତ୍ୟା କରାଯିବା ପରେ ଜଙ୍ଗଲରେ ପୋତି ଦିଆଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, କିଛି ଦିନ ତଳେ ଗଜପତି ଜିଲ୍ଲା ମୋହନା […]

murder

murder

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 09:01 AM IST

Sports

Latest News

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ କିଟିଙ୍ଗି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ଅଶିଣ ଶବର, ତାଙ୍କ ସ୍ତ୍ରୀ ଓ ଝିଅ।

ଆଜି ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ।

ଗତ ୯ ତାରିଖରେ ସେମାନଙ୍କୁ ହତ୍ୟା କରାଯିବା ପରେ ଜଙ୍ଗଲରେ ପୋତି ଦିଆଯାଇଥିଲା। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଗଜପତି ଜିଲ୍ଲା ମୋହନା ଚୁଡୁଙ୍ଗପୁର ଗାଁରେ ପୁଣି ଗାରେଡ଼ି ସନ୍ଦେହରେ ଦୁର୍ବୃତ୍ତମାନେ ୨ ଜଣଙ୍କୁ ହତ୍ୟା କରିଥିଲେ। ଗତ ୧୪ ବର୍ଷରେ ଓଡ଼ିଶାରେ ଗୁଣି ଗାରେଡ଼ି ସନ୍ଦେହରେ ପ୍ରାୟ ୫୪୧ ଜଣଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟା ଓ ନିର୍ଯାତନାକୁ ରୋକିବା ପାଇଁ ୨୦୧୩ ଡିସେମ୍ୱରରେ ଗୁଣି ଗାରେଡି ବିଦ୍ୟା ନିରୋଧ ବିଲ୍‌ ପାସ୍‌ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos