ବାଲେଶ୍ୱର: ବିଭିନ୍ନ ସ୍ଥାନରେ ଚଢାଉ, ୬ ଲକ୍ଷ ଟଙ୍କାରୁ ଅଧିକ ଗୁଟଖା ଜବତ, ୨ ଅଟକ

ବାଲେଶ୍ୱର: ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଆଜି ୬ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍‌ ଗୁଟଖା ଜବତ କରିଛି ସହଦେବ ଖୁଣ୍ଟା ପୋଲିସ। ଏହାସହ ଏକ ପିକ୍‌ ଅପ୍‌ ଭ୍ୟାନ୍‌ ମଧ୍ୟ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି। ସେମାନେ ହେଲେ ଗୋଦାମ ମାଲିକ ବଲାଇ କୁମାର ଓ ଡ୍ରାଇଭର ଦୁର୍ଯ୍ୟାଧନ ଦାସ।

ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି କହିଛନ୍ତି,“ବାଲେଶ୍ୱରର ବିଭିନ୍ନ ଅଞ୍ଚଳରେ ବେଆଇନ୍‌ ଭାବେ ଗୁଟ୍‌ଖା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଚଢାଉ କରାଯାଇଥିଲା। ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ଲକ୍ଷାଧିକ ଟଙ୍କାର ଗୁଟଖା ଜବତ କରାଯାଇଛି। ୨ ଜଣ ଅଟକ ଅଛନ୍ତି।”