ହରିଶଙ୍କର ଜଙ୍ଗଲରୁ ଦୁଇ ମହିଳାଙ୍କ ଗଳିତ ମୃତଦେହ ଠାବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ହରିଶଙ୍କର ଜଙ୍ଗଲ ଭିତରୁ ଗତକାଲି ପୋଲିସ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଦୁଇ ଜଣ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଛି।  ମାଓ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ଆଜି  ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ୍‌ ସୂଚନା ଦେଇଛି।

ଦୁଇ ମହିଳାଙ୍କୁ ହତ୍ୟା କରାଯିବା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ପୋଲିସ୍‌ ସନ୍ଦେହ କରିଛି।