ଭୁବନେଶ୍ୱର: ବେଆଇନ ମଦ ଚାଲାଣ ଅଭିଯୋଗରେ ବିଏସଏଫ ଯବାନଙ୍କ ସମେତ ୪ ଗିରଫ

ଭୁବନେଶ୍ୱର: ବେଆଇନ ମଦ କାରବାର ଅଭିଯୋଗରେ ଭୁବନେଶ୍ୱରରୁ ଜଣେ ବିଏସଏଫ୍ ଯବାନଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। କଟକ ରୋଡରୁ ଏକ ଗାଡିରେ ବେଆଇନ ଭାବେ ମଦ ନିଆଯାଉଥିବା ବେଳେ ଅବକାରୀ ବିଭାଗ ଏହାକୁ ଜବତ କରିଛି।  ଏଥିରେ ସମ୍ପୃକ୍ତ ବିଏସଏଫ ଯବାନଙ୍କ ନାଁ ସୁଶାନ୍ତ କୁମାର ବେହେରାଙ୍କ ସହ ଅନ୍ୟ ତିନିଜଣ ଗିରଫ ହୋଇଛନ୍ତି। ଗିରଫ ଅନ୍ୟ ତିନିଜଣ ହେଲେ ଗାଡି ଡ୍ରାଇଭର ଉମେଶ ପ୍ରଧାନ, ଅମୂଲ୍ୟ ସେଠୀ ଓ ଟୁଟୁ […]

mada-giraf

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 01:16 PM IST

ଭୁବନେଶ୍ୱର: ବେଆଇନ ମଦ କାରବାର ଅଭିଯୋଗରେ ଭୁବନେଶ୍ୱରରୁ ଜଣେ ବିଏସଏଫ୍ ଯବାନଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। କଟକ ରୋଡରୁ ଏକ ଗାଡିରେ ବେଆଇନ ଭାବେ ମଦ ନିଆଯାଉଥିବା ବେଳେ ଅବକାରୀ ବିଭାଗ ଏହାକୁ ଜବତ କରିଛି।  ଏଥିରେ ସମ୍ପୃକ୍ତ ବିଏସଏଫ ଯବାନଙ୍କ ନାଁ ସୁଶାନ୍ତ କୁମାର ବେହେରାଙ୍କ ସହ ଅନ୍ୟ ତିନିଜଣ ଗିରଫ ହୋଇଛନ୍ତି। ଗିରଫ ଅନ୍ୟ ତିନିଜଣ ହେଲେ ଗାଡି ଡ୍ରାଇଭର ଉମେଶ ପ୍ରଧାନ, ଅମୂଲ୍ୟ ସେଠୀ ଓ ଟୁଟୁ ବେହେରା। ଉମେଶ ପ୍ରଧାନଙ୍କ ଘର ଚନ୍ଦକା ଦାରୁଠେଙ୍ଗରେ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗଞ୍ଜାମର ବୋଲି ଜଣାପଡିଛି। ଏହି ମଦ ମେଘାଳୟରୁ ଗଞ୍ଜାମକୁ ଚାଲାଣ ହେଉଥିବା ଜଣାପଡିଛି। ଜବତ ମଦର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଦୁର୍ଗାପୂଜା ସୁରକ୍ଷା ଦୃଷ୍ଟିରୁ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ସମୟରେ ଏହି ବେଆଇନ ମଦ ଜବତ ହୋଇଛି।

Related story