ଛାତ୍ରୀଙ୍କୁ ମୋବାଇଲ୍‌ରେ ଅଶ୍ଳୀଳ ଚିତ୍ର ଦେଖାଇ ଶିକ୍ଷକ ଅଟକ

ଜଗତସିଂହପୁର: ଛାତ୍ରୀଙ୍କୁ ମୋବାଇଲ୍‌ରେ ଅଶ୍ଳୀଳ ଚିତ୍ର ଦେଖାଇବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମଲିକାପୁର ହାଇସ୍କୁଲ୍‌ର ଗଣିତ ଶିକ୍ଷକ ପ୍ରସନ୍ନ ପାଇଟାଳଙ୍କୁ ପୋଲିସ୍ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ପାଇଟାଳ ୩ ଛାତ୍ରୀଙ୍କୁ ପାଠ ବୁଝାଇ ଦେବାକୁ ଡାକି ମୋବାଇଲ୍‌ରେ ଅଶ୍ଳୀଳ ଚିତ୍ର ଦେଖାଇଥିଲେ। ଏହା ସହିତ ସେମାନଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିଲେ। ଏ ସଂପର୍କରେ ଜାଣିବା ପରେ ଗାଁ ଲୋକେ ପ୍ରଧାନଶିକ୍ଷକ ଓ ସ୍କୁଲ୍ ପରିଚାଳନା କମିଟିକୁ ଜଣାଇଥିଲେ। ତେବେ ସେମାନେ […]

jagatsingpur

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 09:54 PM IST

ଜଗତସିଂହପୁର: ଛାତ୍ରୀଙ୍କୁ ମୋବାଇଲ୍‌ରେ ଅଶ୍ଳୀଳ ଚିତ୍ର ଦେଖାଇବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମଲିକାପୁର ହାଇସ୍କୁଲ୍‌ର ଗଣିତ ଶିକ୍ଷକ ପ୍ରସନ୍ନ ପାଇଟାଳଙ୍କୁ ପୋଲିସ୍ ଅଟକ ରଖିଛି।

ଅଭିଯୋଗ ଅନୁଯାୟୀ, ପାଇଟାଳ ୩ ଛାତ୍ରୀଙ୍କୁ ପାଠ ବୁଝାଇ ଦେବାକୁ ଡାକି ମୋବାଇଲ୍‌ରେ ଅଶ୍ଳୀଳ ଚିତ୍ର ଦେଖାଇଥିଲେ। ଏହା ସହିତ ସେମାନଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥିଲେ।

ଏ ସଂପର୍କରେ ଜାଣିବା ପରେ ଗାଁ ଲୋକେ ପ୍ରଧାନଶିକ୍ଷକ ଓ ସ୍କୁଲ୍ ପରିଚାଳନା କମିଟିକୁ ଜଣାଇଥିଲେ। ତେବେ ସେମାନେ କିଛି ପଦକ୍ଷେପ ନ ନେବାରୁ ଲୋକେ ସ୍କୁଲ୍‌ରେ ପାଇଟାଳଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପ୍ରଧାନଶିକ୍ଷକ ଦୁର୍ଗାପ୍ରସାଦ ସ୍ୱାଇଁ କହିଛନ୍ତି,“ଅଭିଭାବକ ଆସି ଅଭିଯୋଗ କରିବା ପରେ ସମ୍ପୃକ୍ତ ଶିକ୍ଷକ ଆସିଲେ ଘଟଣା ସମ୍ପର୍କରେ ପଚାରିବି ବୋଲି କହିଥିଲି। ପୋଲିସ ତାଙ୍କୁ ଅଟକ ରଖିଛି। ମୁଁ ଡିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛି।”

ବାଲିକୁଦା ଥାନା ଅଧିକାରୀ ଅଜୟ କୁମାର ମୁଦୁଲି କହିଛନ୍ତି,“ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚରା କରିଛୁ। ଗ୍ରାମବାସୀଙ୍କୁ କହୁଛି ଆସି ଅଭିଯୋଗ ଜଣାଇବାକୁ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

 

Related story