ଯାଜପୁର ପନାସିଆ ଅଞ୍ଚଳରୁ ନାବାଳିକାର ମୃତଦେହ ଉଦ୍ଧାର ଘଟଣା: ୪ ଅଟକ

ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଅଞ୍ଚଳରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଚଳାଇଛି । ସୋମବାର ସନ୍ଧାନୀ କୁକୁର ସହ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ଛାନଭିନ୍ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।  ରବିବାର ସନ୍ଧ୍ୟାରେ ପନାସିଆ […]

jajpur

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 02:21 PM IST

ଯାଜପୁର: ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଅଞ୍ଚଳରୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଚଳାଇଛି । ସୋମବାର ସନ୍ଧାନୀ କୁକୁର ସହ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ଛାନଭିନ୍ କରିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

 ରବିବାର ସନ୍ଧ୍ୟାରେ ପନାସିଆ ଗାଁ ଦେଇ ଯାଇଥିବା ରେଳ ଧାରଣା ନିକଟରୁ ସ୍ଥାନୀୟ ଲୋକେ ଜଣେ ୬ ବର୍ଷୀୟ ନାବାଳିକା କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇବା ପରେ ଯାଜପୁର ଏସଡିପିଓ ଓ ଯାଜପୁର ରୋଡ୍ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ।

Related story