ଯାଜପୁର: ପୁଅର ଛୁରାମାଡ଼ରେ ବାପା ମୃତ, ମା’ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଇଟାପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମା’କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁର ବିଜୟ ମୁଖୀଙ୍କୁ ତାଙ୍କ ପୁଅ କାଳିଆ ଟଙ୍କା ମାଗିଥିଲେ। ବିଜୟ ଟଙ୍କା ନ ଦେବାରୁ କାଳିଆ ତାଙ୍କୁ […]

death

death

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 11:40 AM IST

Sports

Latest News

hospitalଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ଇଟାପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୁଅର ଛୁରାମାଡ଼ରେ ବାପାର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ମା’କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଗାଁର ବିଜୟ ମୁଖୀଙ୍କୁ ତାଙ୍କ ପୁଅ କାଳିଆ ଟଙ୍କା ମାଗିଥିଲେ। ବିଜୟ ଟଙ୍କା ନ ଦେବାରୁ କାଳିଆ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।  ପ୍ରତିରୋଧ କରିବାକୁ ଆସିଥିବା ମା’ଙ୍କୁ ବି  ସେ  ଆକ୍ରମଣ କରିଥିଲେ।  ତା’ପରେ ଘରେ ନିଆଁ ଲଗାଇ ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

କାଳିଆ ଫେରାର୍‌ ହୋଇଯାଇଛି। ତାକୁ ଗିରଫ କରିବା ପାଇଁ  ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos