ବଲାଙ୍ଗିର:ଜମି ବିବାଦରୁ ଯୁବକଙ୍କୁ ହତ୍ୟା

ବଲାଙ୍ଗିର: ଜମି ବିବାଦକୁ ନେଇ ଶନିବାର ବଲାଙ୍ଗିର ସହର ସାଲେପାଲିରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ୨୦ ବର୍ଷୀୟ ଯୁବକ ଧୋବେଇ  ସାହୁ। ଧୋବେଇ ଓ ତାଙ୍କ ଘର ସମ୍ମୁଖରେ ରହୁଥିବା ସଂର୍ପକୀୟ ମାମୁଁ ଘର ଲୋକଙ୍କ ମଧ୍ୟରେ ଗତକାଲି ଜମି ବାଡିକୁ ନେଇ ବଚସା ହୋଇଥିଲା। ଆଜି ଦିନ ୧୦ ଟାରେ ମାମୁ ଘରର ପ୍ରାୟ ପାଞ୍ଚରୁ ଅଧିକ ଲୋକ ଏବଂ କିଛି ମହିଳା ହଠାତ୍  ଧୋବେଇଙ୍କୁ ବାଡିରେ ଆକ୍ରମଣ କରିଥିଲେ। ପରିବାର […]

balngir-murder

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 02:54 PM IST

ବଲାଙ୍ଗିର: ଜମି ବିବାଦକୁ ନେଇ ଶନିବାର ବଲାଙ୍ଗିର ସହର ସାଲେପାଲିରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ୨୦ ବର୍ଷୀୟ ଯୁବକ ଧୋବେଇ  ସାହୁ। ଧୋବେଇ ଓ ତାଙ୍କ ଘର ସମ୍ମୁଖରେ ରହୁଥିବା ସଂର୍ପକୀୟ ମାମୁଁ ଘର ଲୋକଙ୍କ ମଧ୍ୟରେ ଗତକାଲି ଜମି ବାଡିକୁ ନେଇ ବଚସା ହୋଇଥିଲା। ଆଜି ଦିନ ୧୦ ଟାରେ ମାମୁ ଘରର ପ୍ରାୟ ପାଞ୍ଚରୁ ଅଧିକ ଲୋକ ଏବଂ କିଛି ମହିଳା ହଠାତ୍  ଧୋବେଇଙ୍କୁ ବାଡିରେ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କ ସମ୍ମୁଖରେ ଧୋବେଇଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍ ମାରିଥିଲେ ଆକ୍ରମଣକାରୀ। ଗୁରୁତର ଧୋବେଇକୁ ପରିବାର ଲୋକେ ଚିକିତ୍ସା ପାଇଁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ସମୟରେ ଧୋବେଇର ମୃତ୍ୟୁ ହୋଇଥିଲା। ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ  ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଜାରୀ ରଖିଛି। ଘଟଣାରେ ସଂପୃକ୍ତ ଜଣକୁ ପୋଲିସ୍ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି।

Related story