ଜୟଦୀପଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଭିଜିଲାନ୍ସକୁ ଅନୁମତି

କଟକ: ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଆଉ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ ଆଜି ଭିଜିଲାନ୍ସକୁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଆସନ୍ତାକାଲିଠାରୁ ତାଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ। ପୂର୍ବରୁ ଜୟଦୀପଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଗତ ଶନିବାର ଭିଜିଲାନ୍ସ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା ଓ ଆଉ ତିନି ଦିନ ରିମାଣ୍ଡରେ ନେବାକୁ ଆବେଦନ […]

jayadeep-1

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 08:13 PM IST

କଟକ: ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କୁ ଆଉ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ ଆଜି ଭିଜିଲାନ୍ସକୁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଆସନ୍ତାକାଲିଠାରୁ ତାଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ।

ପୂର୍ବରୁ ଜୟଦୀପଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଗତ ଶନିବାର ଭିଜିଲାନ୍ସ ପକ୍ଷରୁ କୋର୍ଟରେ ହାଜର କରାଯାଇଥିଲା ଓ ଆଉ ତିନି ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା।

ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ  ତ୍ରିପୁରା କ୍ୟାଡ଼ରର ଆଇପିଏସ୍ ଅଫିସର ଜୟଦୀପଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ସେ ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍‌ଆର୍‌ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜୟଦୀପ ଫେରାର ହୋଇଯାଇଥିଲେ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଗତ ୨୩ ତାରିଖରେ ତାଙ୍କୁ ଉତ୍ତର ପ୍ରଦେଶର ଗାଜିଆବାଦରୁ ଗିରଫ କରିଥିଲା।

Related story