ଝାରସୁଗୁଡ଼ାରେ ଯୁବତୀଙ୍କୁ ଧର୍ଷଣ ମାମଲାରେ ୨ ଗିରଫ

ଝାରସୁଗୁଡ଼ା: ଗତ ୮ତାରିଖ ରାତିରେ ଝାରସୁଗୁଡା ରେଲେଷ୍ଟସନରୁ ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରି ସହରରୁ ୭ କିମି ଦୂରରେ ଥିବା ବଞ୍ଜାରି ନାଳରେ ଫିଙ୍ଗି ଦେଇଥିବା ଘଟଣାରେ  ବଡ଼ମାଲ ପୋଲିସ୍‌ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଝାରସୁଗୁଡା ସହରର ବୋଲି ଜଣାପଡ଼ିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଅଧିକ ସୂଚନା ଦେଇନାହିଁ। ତେବେ ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। କଟକ […]

cuttack

cuttack

Rakesh Mallick
  • Published: Wednesday, 14 September 2016
  • Updated: 15 September 2016, 09:03 PM IST

Sports

Latest News

ଝାରସୁଗୁଡ଼ା: ଗତ ୮ତାରିଖ ରାତିରେ ଝାରସୁଗୁଡା ରେଲେଷ୍ଟସନରୁ ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଉଠାଇ ନେଇ ଗଣଦୁଷ୍କର୍ମ କରି ସହରରୁ ୭ କିମି ଦୂରରେ ଥିବା ବଞ୍ଜାରି ନାଳରେ ଫିଙ୍ଗି ଦେଇଥିବା ଘଟଣାରେ  ବଡ଼ମାଲ ପୋଲିସ୍‌ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଝାରସୁଗୁଡା ସହରର ବୋଲି ଜଣାପଡ଼ିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଅଧିକ ସୂଚନା ଦେଇନାହିଁ। ତେବେ ଅଭିଯୁକ୍ତ ଦ୍ୱୟଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ।

କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଏହି ଯୁବତୀ ଜଣଙ୍କ ଟ୍ରେନରେ ଝାରସୁଗୁଡ଼ା ପହଞ୍ଚିବା ପରେ ପୁଣି ଅନ୍ୟ ଏକ ଟ୍ରେନରେ ଅନ୍ୟସ୍ଥାନକୁ ଯିବାକୁ ଅପେକ୍ଷା କରିଥିବା ସମୟରେ ୩ ଜଣ ଅଜଣା ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ପରେ ବଞ୍ଜାରି ନାଳରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ‘ମହିଶା’ ନାମକ ଏକ ମହିଳା ସଂଗଠନକୁ ଜଣାଇଥିଲେ। ଉକ୍ତ ସଂଗଠନ ଘଟଣା ସଂପର୍କରେ ପୋଲିସ୍‌କୁ କହିଥିଲା। ପୀଡ଼ିତାଙ୍କୁ ଏବେ ସୁଧାର ଗୃହରେ ଥଇଥାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos