ନୟାଗଡ଼: ନୟାଗଡ଼ ମାଓ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡା ଏବଂ ଆଜାଦକୁ ଆଜି ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ସବ୍ୟସାଚୀଙ୍କ ନାମରେ ଥିବା ନୟାଗଡ଼ ଥାନା ଆକ୍ରମଣ, ଅସ୍ତ୍ରାଗାର ଲୁଟ୍, ପିଟିଏସ ଆକ୍ରମଣ, ମହିପୁର ଫାଣ୍ଡି ଓ ନୂଆଗାଁ ଥାନା ଆକ୍ରମଣ ଆଦି ମାମଲାର ଚାର୍ଜ ଫ୍ରେମ କରାଯାଇଛି। ଏହି ମାମଲାଗୁଡ଼ିକର ଶୁଣାଣି ନଭେମ୍ୱର ୨୪ ତାରିଖରେ ହେବ। ଦଶପଲ୍ଲା ଆକ୍ରମଣ ଘଟଣାରେ ସବ୍ୟସାଚୀଙ୍କ ୨ଟି କେସ୍ ଚାର୍ଜଫ୍ରେମ ହୋଇପାରିନାହିଁ। ସେହିପରି ଆଜାଦଙ୍କୁ ଦଶପଲ୍ଲା ଆକ୍ରମଣ ଘଟଣାରେ ୪ଟି କେସରେ ଚାର୍ଜଫ୍ରେମ ପାଇଁ ହାଜର କରାଯାଇଥିଲା। ଆଜାଦ ପକ୍ଷରୁ ପିଟିସନ ଦାୟର କରାଯିବାରୁ ଚାର୍ଜଫ୍ରେମ ହୋଇପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।