ବୌଦ୍ଧ: ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବୌଦ୍ଧ: ମନମୁଣ୍ଡା ଥାନା କାଦୋପଦର ଗାଁର ଶିବଶଙ୍କର ଗହିର ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗୁରୁବାର ଶିବ ଖଲିଆପାଲି ଗାଁକୁ କାମ କରିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜି ନିରାଶ ହୋଇଥିଲେ। ତେବେ ଆଜି ସକାଳୁ […]

hatya

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 12:09 PM IST

ବୌଦ୍ଧ: ମନମୁଣ୍ଡା ଥାନା କାଦୋପଦର ଗାଁର ଶିବଶଙ୍କର ଗହିର ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗୁରୁବାର ଶିବ ଖଲିଆପାଲି ଗାଁକୁ କାମ କରିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜି ନିରାଶ ହୋଇଥିଲେ। ତେବେ ଆଜି ସକାଳୁ ଶିବଙ୍କ ମୃତଦେହ ଗାଁ ପାଖ ଚାଷ ଜମିରେ ପଡିଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ଶିବଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ମନମୁଣ୍ଡ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ମନମୁଣ୍ଡା ଥାନା ପୋଲିସ ଓ ବୌଦ୍ଧ ଏସଡିପିଓ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Related story