ଯୁବକଙ୍କୁ ଆକ୍ରମଣ ଘଟଣା: ଖାଳିଆମେଣ୍ଟାରେ ଉତ୍ତେଜନା, ୩ ପ୍ଲାଟୁନ୍ ପୋଲିସ୍ ମୁତୟନ

ଆନନ୍ଦପୁର: ପୂର୍ବ ଶତୃତାରୁ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ଖାଳିଆମେଣ୍ଟା ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦେଖି ସେଠାରେ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହି ଆକ୍ରମଣ ଘଟଣାରେ ତିନି ଗିରଫ ହୋଇଥିବା ବେଳେ ମୁଖ୍ୟ ଆସାମୀକୁ ଗିରଫ ଦାବିରେ ଲୋକ ଆଜି ରାସ୍ତା ଅବରୋଧ କରିଥିଲେ। ରବିବାର ମଧ୍ୟାହ୍ନରେ ଖାଳିଆମେଣ୍ଟା ଗାଁର ଅଜିତ‌ ଜେନା ନାମକ ଜଣେ ଯୁବକ ନିକଟସ୍ଥ ପୋଖରୀକୁ ଗାଧୋଇ ଯାଇଥିବାବେଳେ କିଛି ହରିଜନ […]

anandapur

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 12:07 PM IST

ଆନନ୍ଦପୁର: ପୂର୍ବ ଶତୃତାରୁ ଯୁବକଙ୍କୁ ଆକ୍ରମଣ ଘଟଣାକୁ ନେଇ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଧୀନ ଖାଳିଆମେଣ୍ଟା ଉତ୍ତେଜନା ଦେଖାଯାଇଛି। ପରିସ୍ଥିତିକୁ ଦେଖି ସେଠାରେ ତିନି ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହି ଆକ୍ରମଣ ଘଟଣାରେ ତିନି ଗିରଫ ହୋଇଥିବା ବେଳେ ମୁଖ୍ୟ ଆସାମୀକୁ ଗିରଫ ଦାବିରେ ଲୋକ ଆଜି ରାସ୍ତା ଅବରୋଧ କରିଥିଲେ।

ରବିବାର ମଧ୍ୟାହ୍ନରେ ଖାଳିଆମେଣ୍ଟା ଗାଁର ଅଜିତ‌ ଜେନା ନାମକ ଜଣେ ଯୁବକ ନିକଟସ୍ଥ ପୋଖରୀକୁ ଗାଧୋଇ ଯାଇଥିବାବେଳେ କିଛି ହରିଜନ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ପୂର୍ବ ଶତୃତା ଯୋଗୁଁ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଗୁରୁତର ଅଜିତଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାକୁ ନେଇ ଗତକାଲି ରାତିରୁ ଖାଳିଆମେଣ୍ଟା ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ପୋଲିସ୍ ଗତକାଲି ରାତିରେ ଗାଁକୁ ଯାଇ ତିନି ଜଣଙ୍କୁ ଗିରଫ କରିଥିଲା। ତେବେ ସ୍ଥିତି ଶାନ୍ତ ପଡ଼ି ନଥିବା ଯୋଗୁଁ ସେଠାରେ ସୁରକ୍ଷାକର୍ମଚାରୀଙ୍କୁ ମୁତୟନ କରାଯାଇଛି।

ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୋଚନ ଜେନାକୁ ଗିରଫ କରିବା ଦାବିରେ ଆଜି ଗାଁର ଯୁବକମାନେ କିଛି ସମୟ ପାଇଁ ଟାୟାର ଜାଳି ଭଣ୍ଡାରିଡିହା ଓ ଶୈଲଙ୍ଗ ରାସ୍ତାକୁ ଅବରୋଧ କରିଥିଲେ। ଅନ୍ୟପଟେ ହରିଜନ ସାହି ଏକରକମ ପୁରୁଷ ଶୂନ୍ୟ ହୋଇଯାଇଛି।

Related story