ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମଲାଡ଼ ଗାଁରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ  ୪ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସମସ୍ତଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରିଥିଲା। ୪ଜଣଙ୍କୁ ଗିରଫ ପ୍ରତିବାଦରେ ମଲାଡ ଗାଁ ଲୋକମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।  ତେବେ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅଭିଯୁକ୍ତ ୪ ଜଣ ହେଲେ ଆର. ତ୍ରିଲୋଚନ, ଡି. ଲକ୍ଷ୍ମଣ ରାଓ, ଆର. […]

ataka..

Rakesh Mallick
  • Published: Friday, 06 January 2017
  • , Updated: 07 January 2017, 07:27 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମଲାଡ଼ ଗାଁରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ  ୪ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ପରେ ସମସ୍ତଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସମସ୍ତଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରିଥିଲା। ୪ଜଣଙ୍କୁ ଗିରଫ ପ୍ରତିବାଦରେ ମଲାଡ ଗାଁ ଲୋକମାନେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।  ତେବେ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଅଭିଯୁକ୍ତ ୪ ଜଣ ହେଲେ ଆର. ତ୍ରିଲୋଚନ, ଡି. ଲକ୍ଷ୍ମଣ ରାଓ, ଆର. କେଶବ ଏବଂ ଚିତ୍ତ।

ଦୁଷ୍କର୍ମ ବେଳେ ଯୁବତୀଙ୍କୁ ଧମକ ଦେଇଥିବା ଅନ୍ୟ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ପଦକ୍ଷେପ ନେଉଥିବା ଜଣାପଡିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ,ଡିସେମ୍ବର ୩୧ ତାରିଖରେ ସେ ଘରେ ଏକା ଥିଲେ।  ତାଙ୍କ ମାଆ ଓ ଭାଇ  କିଛି କାମରେ ଅନ୍ୟ ଏକ ଗାଁକୁ ଯାଇଥିଲେ। ଏହି ସମୟରେ ୬ ଜଣ ଯୁବକ ଜବରଦସ୍ତ ତାଙ୍କ ଘରେ ପଶିଥିଲେ।  ଦୁଇ ଦିନ ଧରି ୪ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଡାକ୍ତରୀ ମାଇନା ସରିଛି। ଯେଉଁଥିରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

Related story