କଳାହାଣ୍ଡିରେ ନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଧୁପୁର ଗାଁରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜିଠୁ ଆରମ୍ଭ ହୋଇଯାଇଛି। କ୍ରାଇମବ୍ରାଞ୍ଚର ଏକ ଚାରି ଜଣିଆ ଟିମ୍ ଆଜି ନର୍ଲା ଆସି ତଦନ୍ତ କରୁଛନ୍ତି। ଏହି ଘଟଣାରେ ନର୍ଲା ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ହୋଇଥିବାରୁ ତାକୁ ଜୁଭେନାଇଲ୍ ଜେଲ୍‌କୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଜୀବନ ସହିତ […]

kalahandi

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 12:15 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଧୁପୁର ଗାଁରେ ଜଣେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଜିଠୁ ଆରମ୍ଭ ହୋଇଯାଇଛି। କ୍ରାଇମବ୍ରାଞ୍ଚର ଏକ ଚାରି ଜଣିଆ ଟିମ୍ ଆଜି ନର୍ଲା ଆସି ତଦନ୍ତ କରୁଛନ୍ତି।

ଏହି ଘଟଣାରେ ନର୍ଲା ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ହୋଇଥିବାରୁ ତାକୁ ଜୁଭେନାଇଲ୍ ଜେଲ୍‌କୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ଜୀବନ ସହିତ ସଂଗ୍ରାମ କରୁଥିବା ଝିଅଟିକୁ ରାଉରକେଲା ଆଇଜିଏଚ୍‌ରେ ଚିକିତ୍ସା କରାଯାଉଛି।

ଗତ ୧୧ ତାରିଖରେ ସେହି ଗାଁର ବୁଲୁ ଦାସ ଓ ତା’ର ଜଣେ ସାଙ୍ଗ ଝିଅଟିକୁ କମେଣ୍ଟ୍ ମାରିଥିଲେ।  ଏହାକୁ ବିରୋଧ କରିବାରୁ ସେମାନେ ନାବାଳିକାର ପରିବାରକୁ ଗାଳିଗୁଲଜ କରିଥିଲେ। ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ସେମାନେ ଝିଅଟି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

Related story