କଳାହାଣ୍ଡି: ଗ୍ୟାସ୍‌ ସଂଯୋଗରେ ଠକେଇ ଅଭିଯୋଗ, ୩ ଜଣଙ୍କ ନାଁରେ ଏତଲା

ଭବାନୀପାଟଣା: ଗ୍ରାମୀଣ ମହିଳାଙ୍କୁ ଗ୍ୟାସ୍ ସିଲିଣ୍ଡର ବଣ୍ଟନରେ ଅନିୟମିତତା ଅଭିଯୋଗରେ ତିନି ଜଣଙ୍କ ନାଁରେ ଏତଲା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଆଇଓସିଏଲ୍‌ର ଏରିଆ ମ୍ୟାନେଜର, ଗୋଲାମୁଣ୍ଡା ଗ୍ରାମୀଣ ଗ୍ୟାସ୍ ବିତରକ ଓ ଦଲାଲଙ୍କ ନାଁରେ ଏତଲା ଦିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳ ବୃନ୍ଦା ଡି. କହିଛନ୍ତି,“ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା। ତଦନ୍ତରୁ ତିନି ଜଣଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ସେମାନଙ୍କ ନାଁରେ ଏତଲା ଦିଆଯାଇଛି। ଏସ୍‌ପି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।” ଉଜ୍ଜ୍ୱଳା ଯୋଜନାରେ ଜାଲ୍ […]

gas

gas

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 11:59 AM IST

Sports

Latest News

ଭବାନୀପାଟଣା: ଗ୍ରାମୀଣ ମହିଳାଙ୍କୁ ଗ୍ୟାସ୍ ସିଲିଣ୍ଡର ବଣ୍ଟନରେ ଅନିୟମିତତା ଅଭିଯୋଗରେ ତିନି ଜଣଙ୍କ ନାଁରେ ଏତଲା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଆଇଓସିଏଲ୍‌ର ଏରିଆ ମ୍ୟାନେଜର, ଗୋଲାମୁଣ୍ଡା ଗ୍ରାମୀଣ ଗ୍ୟାସ୍ ବିତରକ ଓ ଦଲାଲଙ୍କ ନାଁରେ ଏତଲା ଦିଆଯାଇଛି।

କଳାହାଣ୍ଡି ଜିଲ୍ଲାପାଳ ବୃନ୍ଦା ଡି. କହିଛନ୍ତି,“ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇଥିଲା। ତଦନ୍ତରୁ ତିନି ଜଣଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିଲା। ସେମାନଙ୍କ ନାଁରେ ଏତଲା ଦିଆଯାଇଛି। ଏସ୍‌ପି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”

ଉଜ୍ଜ୍ୱଳା ଯୋଜନାରେ ଜାଲ୍ ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ଗୋଲାମୁଣ୍ଡା ବ୍ଲକ୍‌ରେ ଥିବା ଇଣ୍ଡେନ୍ ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଥିଲା। ଗୋଟିଏ ନମ୍ବରରେ ଦୁଇ ଜଣ ଗ୍ରାହକଙ୍କ ନାଁ ଥିବା ଜଣାପଡ଼ିବା ପରେ ଠକେଇ ସାମ୍ନାକୁ ଆସିଥିଲା।

ଜୟପାଟଣା ବ୍ଲକ୍‌ର ୧୪୦ ଜଣ ଗ୍ରାହକ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos