୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୯ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ୩ ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡ଼ା ପୋଲିସ ଦୁଇଟି ଅଟୋ ଓ ଗୋଟିଏ ବାଇକ ଜବତ କରିଛି। ସଦର ଥାନା ପୋଲିସ କସାକାଠି ଛକରୁ ୫୦ କିଲୋ ଗଞ୍ଜେଇ ଓ ଗୋଟିଏ ଅଟୋ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲା। ସେହିପରି ବାଲିଗୁଡା ଥାନା […]

9 arrest

9 arrest

Rakesh Mallick
  • Published: Monday, 20 March 2017
  • Updated: 20 March 2017, 03:43 PM IST

Sports

Latest News

କନ୍ଧମାଳ: କନ୍ଧମାଳ ଜିଲ୍ଲା ୩ ଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡ଼ା ପୋଲିସ ଦୁଇଟି ଅଟୋ ଓ ଗୋଟିଏ ବାଇକ ଜବତ କରିଛି।

ସଦର ଥାନା ପୋଲିସ କସାକାଠି ଛକରୁ ୫୦ କିଲୋ ଗଞ୍ଜେଇ ଓ ଗୋଟିଏ ଅଟୋ ଜବତ କରିଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲା। ସେହିପରି ବାଲିଗୁଡା ଥାନା ପୋଲିସ କମ୍ବିରିକିଆ ଗ୍ରାମରେ ଚଢ଼ାଉ କରି ୧୯ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି।

ଗତକାଲି ଫିରିଙ୍ଗିଆ ଥାନା ପୋଲିସ ୩ଟି ଗଞ୍ଜେଇ ଚୋରାଚାଲାଣ ମାମଲାରେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ଗୋଟିଏ ଅଟୋ ଓ ଗୋଟିଏ ବାଇକ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos