କନ୍ଧମାଳ: ଅଚିହ୍ନା ବ୍ୟକ୍ତିର ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲଣ୍ଡ୍ରେଜୁ ଗାଁ ନିକଟ ପାହାଡ଼ରୁ ଜଣେ ଅଚିହ୍ନା ବ୍ୟକ୍ତିର ଗଳିତ ଶବକୁ ସଦର ଥାନା ପୋଲିସ ଉଦ୍ଧାର କରିଛି । ଶବଟି ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୋଲିସ ତାକୁ ଉଦ୍ଧାର କରିଛି। ଲଣ୍ଡ୍ରେଜୁ ଗାଁର କିଛି ଲୋକ ଜଙ୍ଗଲକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଏହାକୁ ଦେଖି ଘଟଣା ବାବଦରେ ସଦର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚି ଶବକୁ ଗଛରୁ ଓହ୍ଲାଇବା ସହ ମୃତ ବ୍ୟକ୍ତିର ପରିଚୟ ବାବଦରେ ତଦନ୍ତ ଜାରି ରଖିଛି।