କେନ୍ଦ୍ରପଡା: କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ସରକାରୀ ଯନ୍ତ୍ରୀ ବୀରେନ ବୋଷଙ୍କ ଘର ଓ ଅଫିସ ଉପରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଟିମ ଆଜି ସକାଳ ୫ଟାବେଳେ କେନ୍ଦ୍ରାପଡା ମଢ଼ିଆଳରେ ଥିବା ତାଙ୍କ ବାସଗୃହ ଉପରେ ଚଢ଼ାଉ କରିଥିଲା। ପରେ ଗରାପୁର ଘର, ମହାକାଳପଡା ପୂର୍ତ୍ତ ବିଭାଗ ଅଫିସ ଓ ଭଦ୍ରକ ସ୍ଥିତ ତାଙ୍କ ଶଶୁର ଘର ଉପରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଭିଜିଲାନ୍ସକୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡିଛି।