କଟକ: ଗତକାଲି ରାତିରେ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ୭ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। କଟକ ସିଡିଏ ଫେଜ୍ ଟୁ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସଂଜୀବ ଆରୋରା ଏହି ସୂଚନା ଦେଇଛନ୍ତି।
ଗିରଫ ଅପରାଧୀମାନେ ହେଲେ ଚନ୍ଦକା ଅଞ୍ଚଳର ସତ୍ୟବ୍ରତ ନାୟକ (୨୪), ଘାଟିକିଆ ଅଞ୍ଚଳର ଜ୍ୟୋତିରଞ୍ଜନ ମହାନ୍ତି (୨୮), କଟକର ମହମ୍ମଦ ସଦ୍ଦାମ ହୁସେନ(୨୨), କଟକ ସତୀଚଉରା ଅଞ୍ଚଳର ୟାସିନ ଅଲ୍ଲି (୨୫), କଟକର ଏସ୍.କେ ସବୀର (୨୪), ଜଗତସିଂହପୁରର ପ୍ରମୋଦ ରଞ୍ଜନ (୩୨) ଓ କଟକର ଏସ୍.କେ କଲିମ (୨୪)। ସେମାନଙ୍କ ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ, ଗୋଟିଏ ସିଙ୍ଗିଲ୍ ସଟ୍ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି ଓ ୩ଟି ମୋବାଇଲ ଜବତ କରାଯାଇଛି।
ଗିରଫ ୭ ଅପରାଧୀ ଟିଟୋ ଗ୍ୟାଙ୍ଗର ବୋଲି କଟକ ଡିସିପି କହିଛନ୍ତି। ସେମାନଙ୍କ ନାଁରେ କଟକ ଓ ଏହାର ଆଖପାଖ ଥାନାଗୁଡ଼ିକରେ ଏକାଧିକ ଅପରାଧିକ ମାମଲା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।