କଟକ: କଟକରେ କାର୍ଯ୍ୟରତ ଜଣେ ଟ୍ରାଫିକ କନଷ୍ଟେବଳ ଗୁରୁବାର ଜଣେ ଓକିଲଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସତିଚୌରା ଛକରେ। ସକାଳ ପ୍ରାୟ ୧୦ଟା ବେଳେ ସତିଚଉରା ଛକରେ ପ୍ରତାପ ଚନ୍ଦ୍ର ଦଳେଇ ନାମକ ଜଣେ ଟ୍ରାଫିକ କନଷ୍ଟେବଳ ଡିୟୁଟିରେ ଥିବା ସମୟରେ ବାଇକରେ ଆସୁଥିବା ଜଣେ ଓକିଲ ତାଙ୍କ ସହ ବଚସା କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଟ୍ରାଫିକ କନଷ୍ଟେବଳ ମର୍କତ୍ତନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଓକିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶତାଧିକ ଟ୍ରାଫିକ୍ କନଷ୍ଟେବଳ କଟକ ଡିସିପିଙ୍କୁ ଭେଟିଥିଲେ। ସେପଟେ ଏହି ଘଟଣାରେ ଏକ ମାମଲା ଦାୟର କରାଯାଇ ତଦନ୍ତ କରାଯାଉଛି ଏବଂ ପ୍ରମାଣ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।