ଡି’ବ୍ରଦର୍ସଙ୍କର ଆଉ ଜଣେ ସହଯୋଗୀ ଗିରଫ

kuluକଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ପ୍ରମୁଖ ସହଯୋଗୀକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ତା’ ନାଁ ତପନ ରାଉତରାୟ ଓରଫ କୁଲୁ। ଏହା ସହିତ ଡି’ବ୍ରଦର୍ସ ଲିଙ୍କରେ ଗିରଫ ସଂଖ୍ୟା ୩୬ରେ ପହଞ୍ଚିଛି।

ଡି’ ବ୍ରଦର୍ସଙ୍କ ବେଆଇନ ଆର୍ଥିକ କାରବାର କଥା ବୁଝାବୁଝି କରୁଥିଲା କୁଲୁ। ସେ ଟେଣ୍ଡର ଫିକ୍ସିଂ ଓ ଦାଦା ବଟି ଆଦାୟ ଭଳି ଅନେକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି। ଡି’ବ୍ରଦର୍ସ ମାମଲାରେ ସେ ମୋଷ୍ଟ୍ ୱାଣ୍ଟେଡ୍ ଥିଲା।