କଟକ: ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ହତ୍ୟା

କଟକ: କଟକ ସଦରଥାନା ଅନ୍ତର୍ଗତ ବରାଳ ଗାଁରେ ଆଜି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଂଯୁକ୍ତା ବେଉରା। ତାଙ୍କର ଜଣେ ସମ୍ପର୍କୀୟ ଭଣଜା ଓ ତାଙ୍କ ସ୍ତ୍ରୀ ଏହି ହତ୍ୟା କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଛନ୍ତି।  ଜମିବାଡ଼ିକୁ ନେଇ ସଂଯୁକ୍ତାଙ୍କ ପରିବାର ସହ ତାଙ୍କର ଏହି ଭଣଜାଙ୍କ ପରିବାରର ବିବାଦ ଲାଗି ରହିଥିଲା। ତାଙ୍କ ବାଡ଼ିରୁ କେହି ନଡ଼ିଆ ଚୋରି କରି ନେଇଥିବାରୁ ଆଜି ସକାଳେ […]

murder

murder

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 06:16 PM IST

କଟକ: କଟକ ସଦରଥାନା ଅନ୍ତର୍ଗତ ବରାଳ ଗାଁରେ ଆଜି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଂଯୁକ୍ତା ବେଉରା। ତାଙ୍କର ଜଣେ ସମ୍ପର୍କୀୟ ଭଣଜା ଓ ତାଙ୍କ ସ୍ତ୍ରୀ ଏହି ହତ୍ୟା କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଛନ୍ତି।  ଜମିବାଡ଼ିକୁ ନେଇ ସଂଯୁକ୍ତାଙ୍କ ପରିବାର ସହ ତାଙ୍କର ଏହି ଭଣଜାଙ୍କ ପରିବାରର ବିବାଦ ଲାଗି ରହିଥିଲା।

ତାଙ୍କ ବାଡ଼ିରୁ କେହି ନଡ଼ିଆ ଚୋରି କରି ନେଇଥିବାରୁ ଆଜି ସକାଳେ ସଂଯୁକ୍ତା ପାଟିତୁଣ୍ଡ କରିଥିଲେ। ଏହା ପରେ ଅଭିଯୁକ୍ତ ଦ୍ୱୟ ଏକ ଶାବଳରେ ସଂଯୁକ୍ତାଙ୍କୁ ଆକ୍ରମଣ କରିଥିଲେ। ସଂଯୁକ୍ତାଙ୍କ ମୁଣ୍ଡରେ ତିନିଟି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ ମହିଳାଙ୍କ ସ୍ୱାମୀ ଅଜୟ କୁମାର ବେଉରା କହିଛନ୍ତି,“ଆମ ବାଡ଼ିରେ ଥିବା ନଡ଼ିଆ ଗଛରୁ କେହି ନଡ଼ିଆ ଚୋରି କରି ନେଉ ଥିବା ନେଇ ସଂଯୁକ୍ତା ଆଜି ପାଟି କରିଥିଲେ। ଏହା ପରେ ସେ ନଳକୂଅରୁ ପାଣି ନେଇ ଫେରୁଥିବା ବେଳେ ସେମାନେ (ଅଭିଯୁକ୍ତ ଦ୍ୱୟ) ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଶାବଳରେ ତା’ମୁଣ୍ଡରେ ପ୍ରହାର କରିଥିଲେ। ସେମାନେ ମୋତେ ବି ମାରିବାକୁ ଗୋଡ଼ାଇ ଥିଲେ।”

କଟକ ସଦର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story