କେନ୍ଦ୍ରାପଡ଼ା: ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁରେ ଜଣେ  ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସ୍ଥାନୀୟ ଅରୁଆ କଦଳୀବଣ ଗାଁର ପ୍ରମୋଦ ପରିଡ଼ାଙ୍କ  ପୁଅ ଗଣେଶ୍ୱର ପରିଡା। ଗଣେଶ୍ୱରଙ୍କ କ୍ଷତାକ୍ତ ମୃତଦେହ ନିମପୁର ଗାଁ ନିକଟ କେନାଲ ରାସ୍ତା ନିକଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ବାମହାତ ଓ ମୁଣ୍ଡରେ ଗଭୀର କ୍ଷତ ରହିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍‌ ସୂଚନା ଦେଇଛି। ଗତକାଲି ରାତି ୧୧ଟା ବେଳେ […]

deadbody

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 01:40 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁରେ ଜଣେ  ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ସ୍ଥାନୀୟ ଅରୁଆ କଦଳୀବଣ ଗାଁର ପ୍ରମୋଦ ପରିଡ଼ାଙ୍କ  ପୁଅ ଗଣେଶ୍ୱର ପରିଡା।

ଗଣେଶ୍ୱରଙ୍କ କ୍ଷତାକ୍ତ ମୃତଦେହ ନିମପୁର ଗାଁ ନିକଟ କେନାଲ ରାସ୍ତା ନିକଟରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ବାମହାତ ଓ ମୁଣ୍ଡରେ ଗଭୀର କ୍ଷତ ରହିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ୍‌ ସୂଚନା ଦେଇଛି।

ଗତକାଲି ରାତି ୧୧ଟା ବେଳେ ଗଣେଶ୍ୱର ଏକ ପଲସର ବାଇକ ଧରି ଘରୁ ବାହାରିଥିଲେ। ତେବେ ତାଙ୍କ ଗାଡ଼ିର ପତ୍ତା ମିଳିନାହିଁ। ପଟ୍ଟାମୁଣ୍ଡାଇ ପୋଲିସ ଘଟଣାର ତଦନ୍ତ  କରୁଛି।

Related story