ଖୋର୍ଦ୍ଧା: ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଆଜି ଦିନ ଦ୍ୱି’ପ୍ରହରରେ ବିଚ୍‌ ରାସ୍ତାରେ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ରାସ୍ତାରେ ଘରକୁ ଯାଉଥିବା ବେଳେ ଯୁବତୀଙ୍କ ଗଳା କାଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱରରେ ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ନିକଟ କିଆଝରିରେ।

ତେବେ ଏପରି ଆକ୍ରମଣର କାରଣ ସ୍ପଷ୍ଟ ହୋଇନି।