ଗୋଡ଼ିପଡ଼ା ଟୋଲଗେଟ୍‌ ଲୁଟ୍‌ ଘଟଣା: ଆଉ ୨ ଅଭିଯୁକ୍ତ ଗିରଫ

girf-89ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲଗେଟ୍‌ରେ  ୪୮ ଲକ୍ଷ ଲୁଟ୍‌ ଘଟଣାରେ  ପୋଲିସ୍‌ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦଶପଲ୍ଲା ମଧ୍ୟଖଣ୍ଡର ବିକାଶ ଚନ୍ଦ୍ର ବେହେରା ଓ ଜଟଣୀ କାଇମାଟିଆର ସୁକାନ୍ତ ପାଇକରାୟ।

ସେମାନଙ୍କ ନିକଟରୁ ୨,୫୫୦୦୦ ଟଙ୍କା ସହ ଦୁଇଟି ବାଇକ୍‌ ଓ ଗୋଟିଏ କାର୍‌ ଜବତ ହୋଇଛି।

ଟୋଲଗେଟ୍‌ର ୩ଜଣ କର୍ମଚାରୀଙ୍କ ସୂଚନା ଆଧାରରେ ଏହି ଲୁଟ୍‌ ହୋଇଥିବା ଅଭିଯୁକ୍ତମାନେ ପୋଲିସ୍‌କୁ କହିଛନ୍ତି। ଅଭିଯୁକ୍ତ ଟୋଲଗେଟ୍‌ କର୍ମଚାରୀ ଫେରାର୍‌ ଅଛନ୍ତି। ପୂର୍ବରୁ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।