୭ ଡକାୟତଙ୍କୁ ଧରିଲେ ଗାଁ ଲୋକେ

ଖୋର୍ଦ୍ଧା: ମାଛ ଗୋଦାମରେ ଡକାୟତି ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ୭ ଜଣ ଡକାୟତ। ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଚୋତିପାଳଙ୍ଗ ଗାଁରେ। ଗତକାଲି ରାତିରେ ଦୁର୍ବୃତ୍ତମାନେ ଗାଁର ଏକ ମାଛ ଗୋଦାମରେ ପଶି ଡକାୟତି ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ଏକ ଘରେ ବନ୍ଦ କରି ରଖିଥିଲେ। ଟାଉନ୍‌ ଥାନାକୁ ଖବର ଦେବା ପରେ ଆଇଆଇସି ଏକ ପ୍ଲାଟୁନ୍ ପୋଲିସ୍ ଧରି ସେଠାରେ ପହଞ୍ଚି ଥିଲେ […]

dacoit

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 09:23 AM IST

ଖୋର୍ଦ୍ଧା: ମାଛ ଗୋଦାମରେ ଡକାୟତି ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ୭ ଜଣ ଡକାୟତ। ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଚୋତିପାଳଙ୍ଗ ଗାଁରେ। ଗତକାଲି ରାତିରେ ଦୁର୍ବୃତ୍ତମାନେ ଗାଁର ଏକ ମାଛ ଗୋଦାମରେ ପଶି ଡକାୟତି ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ଏକ ଘରେ ବନ୍ଦ କରି ରଖିଥିଲେ। ଟାଉନ୍‌ ଥାନାକୁ ଖବର ଦେବା ପରେ ଆଇଆଇସି ଏକ ପ୍ଲାଟୁନ୍ ପୋଲିସ୍ ଧରି ସେଠାରେ ପହଞ୍ଚି ଥିଲେ ଓ ଡକାୟତମାନଙ୍କୁ ଗିରଫ କରିଥିଲେ। ପୋଲିସ୍ ୨ଟି ବାଇକ୍ ମଧ୍ୟ ଜବତ କରିଛି।

ଆଉ ଦୁଇ ଜଣ ଡକାୟତ ଖସି ପଳାଇଥିଲେ ବୋଲି ଗାଁ ଲୋକେ କହିଛନ୍ତି।

Related story