କୋଣାର୍କ: ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅନ୍ତର୍ଗତ ବିଲପରଦା ଗାଁ ନିକଟରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ସମ୍ମୁଖରେ ଜଣେ ଅଟୋ ଚାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରାମଚଣ୍ଡୀ ପୋଲିସ୍ ଅଭିଯୁକ୍ତ ବାପି ରଞ୍ଜନ ବେହେରାକୁ ଗିରଫ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତର ଘର କୋଣାର୍କ ଥାନା ଅନ୍ତର୍ଗତ ଖରା ଗାଁରେ। ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସେ ପୂର୍ବରୁ ଗିରଫ ହୋଇଥିଲା। ତେବେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗକୁ ସେ ଖଣ୍ଡନ କରିଛି।
ଶୁକ୍ରବାର ଦିନ ମହିଳା ଜଣକ ଏକ ପାସେଞ୍ଜର ଅଟୋରେ ପୁଅକୁ ସାଙ୍ଗରେ ଧରି ବାପ ଘରୁ ସୁତନସ୍ଥିତ ତାଙ୍କ ଶାଶୂ ଘରକୁ ଯାଉଥିଲେ। ତେବେ ଅଟୋ ଚାଳକ ପୁରୀ-କୋଣାର୍କ ମୁଖ୍ୟ ରାସ୍ତାରେ ଅନ୍ୟ ପାସେଞ୍ଜରକୁ ଓହ୍ଲାଇବା ପରେ ମହିଳାଙ୍କୁ ସଠିକ୍ ରାସ୍ତାରେ ନ ନେଇ ଅନ୍ୟ ରାସ୍ତାରେ ନେଇଯାଇଥିଲା। ଏହାପରେ ବିଲପରଦା ଗାଁ ନିକଟ ଜଙ୍ଗଲିଆ ରାସ୍ତାରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ମହିଳା ଜଣକ ପାଟି କରିବା ପରେ ସ୍ଥାନୀୟ ଯୁବକ ଅଭିଯୁକ୍ତକୁ କାବୁ କରି ଥାନାରେ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।